ରାଧାରାଣୀଙ୍କ ସପକ୍ଷରେ ପ୍ରଚାର କରିବେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ

ଭୁବନେଶ୍ୱର, ତା.୨୬/୦୫ : ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଚାର କାର୍ଯ୍ୟକୁ ଆହୁରି ଶାଣିତ କରିବା ପାଇଁ ଆସନ୍ତା କାଲି ପ୍ରସିଦ୍ଧ ବଲିଉଡ ତଥା ଭୋଜପୁରୀ ଚଳଚ୍ଚିତ୍ର ଓ ଲୋକପ୍ରିୟ ଅଭିନେତା ଶ୍ରୀ ଦିନେଶ ଲାଲ ଯାଦବ (ନିରହୁଆ) ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ରାଧାରାଣି ପଣ୍ଡାଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।ଅନେକ ହିନ୍ଦୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏବଂ ଉତରପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯାଦବ (ନିରହୁଆ) ଗତ ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ନେତା ଶ୍ରୀ ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ନିର୍ବାଚନ ଲଢିଥିଲେ ।

Spread the love