ନୀଳଗିରିରେ ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ

ନୀଳଗିରି ୨୬/୦୫ : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ପୂର୍ବପରି ଆନୁଷ୍ଠାନିକ ଭାବେ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି ବାଲେଶ୍ଵର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ।

ସେ ନୀଳଗିରିର ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ସ୍ଵାକ୍ଷରିତ ହୋଇଥିବା ଏକ ଦାବୀପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏଥର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ଚନ୍ଦ୍ରବିନ୍ଦୁ  ରାଜ୍ୟ ପାଳଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି। ସୂଚନାଥାଉକି, ରଥଯାତ୍ରା ପାଇଁ ମଧ୍ୟ ହାଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।

Spread the love