ଭାରତକୁ ଶ୍ରୀଲଙ୍କାର ଧନ୍ୟବାଦ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଶ୍ରୀଲଙ୍କା ଭାରତ ଶ୍ରୀଲଙ୍କାକୁ ଔଷଧ ଓ ଖାଦ୍ୟ ଭଳି ବହୁ ଦରକାରୀ ଦ୍ରବ୍ୟ ଯୋଗାଉଛି । ଏହାକୁ ନେଇ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂନ୍ଦେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଏକସଙ୍ଗେ ୨ଟି ଟ୍ୱିଟ୍‌ କରି ଭାରତକୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ଟ୍ୱିଟରେ ସେ ଲେଖିଛନ୍ତି ମୁଁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମୋର ବାର୍ତ୍ତାଳାପ ହୋଇଛି । ଆମର ଏପରି ସମୟରେ ଭାରତ କରୁଥିବା ସହାୟତା ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଭାରତ ଓ ଜାପାନ ପାଇଁ କୃତଜ୍ଞ ବୋଲି କହିଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂନ୍ଦେ ।ସୂଚନା ଥାଉକି ଆର୍ଥିକ ସଙ୍କଟ କାରଣରୁ ଭାରତ ସବୁବେଳେ ଶ୍ରୀଲଙ୍କାକୁ ସହାୟତା କରିଆସୁଛି । ଅତ୍ୟାବଶକ ଔଷଧ ୨୫ ଟନ ଶ୍ରୀଲଙ୍କାକୁ ପଠାଇଛି ଭାରତ । ଏନେଇ କଲମ୍ବୋରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।  ଏଥି ସହିତ ଭାରତ ଶ୍ରୀଲଙ୍କାର ମତ୍ସ୍ୟଜୀବୀଙ୍କ ପାଇଁ କିରୋସିନି ମଧ୍ୟ ପଠାଇଛି । ସେହିପରି ଅନ୍ୟାନ୍ୟ ଖାଦ୍ୟଶସ୍ୟ ମଧ୍ୟ ଭାରତ ଶ୍ରୀଲଙ୍କାକୁ ପଠାଉଛି । ଶ୍ରୀଲଙ୍କାର ଏପରି ସମୟରେ ଭାରତ ସହ ଅନ୍ୟ ଦେଶ ମଧ୍ୟ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛନ୍ତି ।

Spread the love