ବିଶ୍ୱକୁ ନେତୃତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶବାସୀ ଗର୍ବିତ: ସମୀର ମହାନ୍ତି

ଭୁବନେଶ୍ୱର, ତା.୨୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୯ତମ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ସାରା
ଭାରତବାସୀଙ୍କୁ ସମ୍ବୋଧନ କରିବା ସହ ଷ୍ଟାର୍ଟ ଅଫ, ୟୁନିକର୍ଣ୍ଣ, ସ୍ୱୟଂ ସହାୟକ ଗୋଷ୍ଠୀ, ପର୍ଯ୍ୟଟନ, ସ୍ୱଚ୍ଛତା ଆଦି ପ୍ରସଙ୍ଗରେ
ଅବଗତ କରିଛନ୍ତି । ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ
ଅତ୍ୟନ୍ତ ପ୍ରଶଂସନୀୟ । ଆସନ୍ତା ଜୁନ୍ ୨୧ ତାରିଖ ଦିନ ପାଳନ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ‘ଯୋଗ ଫର୍
ହ୍ୟୁମାନିଟି’ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି । ସେହିପରି ଆଗାମୀ ଦିନରେ ଦେଶବ୍ୟାପୀ ବିଭିନ୍ନ
ପର୍ବ ଏବଂ ଯାତ୍ରା ପାଳନ କରାଯିବ ଏବଂ ସମସ୍ତ ପର୍ବପର୍ବାଣୀ କୋଭିଡ ଗାଇଡଲାଇନ ଅନୁଯାୟୀ ପାଳନ କରିବାକୁ ମଧ୍ୟ
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତି ଦେଶବାସୀ ଆସ୍ଥା ପ୍ରକଟ
କରୁଛନ୍ତି ଏବଂ ସେ ଆଜି ବିଶ୍ୱନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୈାରବର ବିଷୟ
ା କୋଭିଡ୍ ମହାମାରୀ କଟକଣା କାରଣରୁ ୨ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ମଧ୍ୟ ରଥଯାତ୍ରା, ପଶ୍ଚିମ ଓଡିଶାର
ଗଣପର୍ବ ଶୀତଳ ଷଷ୍ଠୀ ଯାତ୍ରା, ରଜ ଆଦି ପର୍ବ ଭକ୍ତ ଓ ସାଧାରଣ ଜନତାଙ୍କ ଗହଣରେ ପାଳନ ହେବାର ସମ୍ବାବନା ରହିଛି ।
ଏହି ପର୍ବପର୍ବାଣୀ ପାଳନ ଅବସରରେ ରାଜ୍ୟବାସୀଙ୍କୁ ସମସ୍ତ କୋଭିଡ ଗାଇଡଲାଇନ ଓ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ
ସଭାପତି ଶ୍ରୀ ସମୀର ମହାନ୍ତି ନିବେଦନ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁଡାଲୋଇ ପଂଚାୟତରେ
କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିପରି ରାଜ୍ୟର ସମସ୍ତ ନେତୃବୃନ୍ଦ, ପଦାଧିକାରୀ ଏବଂ
କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଏବଂ ସାଙ୍ଗସାଥୀ, ବନ୍ଧୁ ପରିଜନଙ୍କ ଗହଣରେ ଏହି କାର୍ଯ୍ୟକ୍ରମକୁ ଶୁଣିଥିଲେ ।

Spread the love