ନୀଳଗିରିରେ ଶାଳ ଦାନ୍ତକାଠି କିଣିଲେ ଅପରାଜିତା ଷଡଙ୍ଗୀ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳକୁ ସହିଦ ବାଘାଯତୀନଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ  ନୀଳଗିରି ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ପୁଷ୍ପ ଗୁଚ୍ଛଦେଇ ଅପରାଜିତାଙ୍କୁ ସ୍ବାଗତକରିବା ସହ  ସମ୍ବର୍ଦ୍ଧିତ କରିଥିଲେ । ପରେ ସେ  ସହରରେ ଚାଲି ଚାଲି ବୁଲିବା ସହ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବନ୍ୟଜାତ ଦ୍ରବ୍ୟ ବିକ୍ରିକରି ପରିବାର ଗୁଜରାଣ ମେଣ୍ଟାଉଥିବା ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ଅପରାଜିତା । ତେବେ ଏଠାରୁ ସେ କିଛି ଶାଳ ଦାନ୍ତକାଠି କିଣିବା ସମସ୍ତଙ୍କୁ ଆମୋଦିତ କରିଥିଲା ନୀଳଗିରି ବିଜେପି ଅଫିସ ବୁଲି ଦେଖିବାକୁ ଯିବା ପୂର୍ବରୁ ଅଂଚଳର ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

Spread the love