ପେଟ୍ରୋଲିୟମ ପାଇପଲାଇନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରି ଓ ଅମଲେଖଗଞ୍ଜ ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସ ଜରିଆରେ ଏହି ପାଇପଲାଇନ ଉଦଘାଟନ କରିଛନ୍ତି । ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ ବୋର୍ଡର ପେଟ୍ରୋଲିମ ପାଇପଲାଇନର କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ।  ଏହା ନିର୍ଦ୍ଧାରିତ ସମୟର ଅଧା ସମୟରେ ହିଁ ପ୍ରସ୍ତୁତ ହୋଇସାରିଛି ।  ଏହା ସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହାର ଶ୍ରେୟ ନେପାଳ ସରକାରଙ୍କ ନେତୃତ୍ୱ ସମର୍ଥନ ଓ ଆମ ସଂଯୁକ୍ତ ପ୍ରୟାସକୁ ଦେବାକୁ ଚାହୁଛନ୍ତି । 2015 ରେ ଆସିଥିବା ବିନାଶକାରୀ ଭୂମିକମ୍ପ ପରେ ନେପାଳ ଯେତେବେଳେ ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିଥିଲା ସେହି ସମୟରେ ପଡୋଶୀ ଓ ବନ୍ଧୁ ଭାବରେ ଭାରତ ନିଜ ସହଯୋଗର ହାତ ବଢାଇଥିଲା । ଭାରତର ସଂଯୁକ୍ତ ସହଯୋଗ କାରଣରୁ ନେପାଳର ଗୋରଖା ଓ ନୁୱାକୋଟ ଜିଲ୍ଲାରେ ପୁଣି ଘର ତଥା ଜନବସତି ଗଢି ଉଠିଥିବାରୁ ଖୁସି ଥିବା ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

Spread the love