ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ପରଲୋକ

କୋଲକାତା : ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ୫୩ ବର୍ଷ ବୟସରେ ପରଲୋକ ଘଟିଛି।ଗୁରୁଦାସ କଲେଜ୍‌ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ ବେଳେ ତାଙ୍କର ଶରୀର ଅସୁସ୍ଥ ହୋଇଥିଲା।ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ହୋଟେଲ୍‌କୁ ଫେରିଥିଲେ।ସେଠାରେ ଉପସ୍ଥିତ ଥିବା ଶ୍ରୋତାମାନେ ହଠାତ୍‌ କିଛି ବୁଝି ପାରି ନଥିଲେ।ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି । ହମ୍‌ ଦିଲ୍‌ ଦେଚୁକେ ସନମର ତଡପ ତଡପ କେ, ଦସବାହାନେର ଟାଇଟେଲ୍‌ ସଙ୍ଗ୍‌,  କ୍ୟା ମୁଝେ ପ୍ୟାରେ ହେ ପରି ଅନେକ ଲୋକ ପ୍ରିୟ ସଙ୍ଗୀତ ସେ ଗାଇଛନ୍ତି ।

Spread the love