ସୋନିଆ ଏବଂ ରାହୁଲଙ୍କୁ ଇଡି ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଆଜି ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି।କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ପ୍ରତିଶୋଧ ମନୋଭାବରେ ସରକାର ଅନ୍ଧ ହୋଇଯାଇଛନ୍ତି। ଆମକୁ ଭୟଭୀତ କରିବା ପାଇଁ ଏପରି କରାଯାଉଛି, କିନ୍ତୁ ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ସାହସର ସହ ଏହାର ସାମ୍ନା କରିବୁ। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଏବଂ ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜୁନ୍ ୮ ତାରିଖରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି।

Spread the love