ଆମେରିକାର ଗୁଳିକାଣ୍ଡରେ ୫ଜଣଙ୍କ ମୃତ୍ୟୁ

ଓ୍ୱାଶିଂଟନ୍‌: ଋଷିଆ-ୟୁକ୍ରେନ ଯୁଦ୍ଧ ଥମୁନି କି ଆମେରିକାରେ ଗୁଳିକାଣ୍ଡ ବନ୍ଦ ହେଉନି। ପୁଣି ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ତୁଲସା ସିଟି ଫ୍ରାନସିସ୍‌ ହସ୍ପିଟାଲ ପରିସରରେ ଘଟିଥିବା ବେଳେ ଦୁର୍ବୃତ୍ତ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଜଣେ ଦୁର୍ବୃତ୍ତ ତୁଲସା ସିଟି ଫ୍ରାନସିସ୍‌ ହସ୍ପିଟାଲ ପରିସରରେ ଆଖିବୁଜା ଗୁଳିଚାଳନା କରିଥିଲା । ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।  ପରେ ପାଲଟା ଗୁଳିରେ ଦୁର୍ବୃତ୍ତର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି । କିଛି ଲୋକ ମଧ୍ୟ  ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏପରି ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଏନେଇ ତଦନ୍ତ ଚାଲିଥିବା ବେଳେ ମୃତ ଦୁର୍ବୃତ୍ତର ମଧ୍ୟ ପରିଚୟ ମିଳିପାରିନାହିଁ ।

Spread the love