‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ’: ନବୀନ

ଭୁବନେଶ୍ୱର ୦୩/୦୬: ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ସାମ୍ନାକୁ ଆସିଛି ନବୀନଙ୍କ ଟ୍ୱିଟ୍ । ସେ ଟ୍ୱିଟ ହିଁ ବୟାନ କରୁଛନ୍ତି ଏହା ସରକାରଙ୍କ ବିଜୟ । ସେ ଟ୍ୱିଟରେ କହିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ବିଜୟ । ଦେବୀ କହିଛନ୍ତି ପୁରୀ ପରିକ୍ରମା ପ୍ରକଳ୍ପ ଲାଗି ଯେଉଁ କାର୍ଯ୍ୟ କରୁଛନ୍ତି, କରୁଥିଲେ ତାହା ଠିକ ବୋଲି ପ୍ରମାଣିତ ହୋଇଗଲା । ପରିକ୍ରମା କାର୍ଯ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ପୁରୀ ବିଧାୟକ ମଧ୍ୟ ଚାହୁଁଥିଲେ, ଆଜି ସ୍ପଷ୍ଟ ହୋଇଗଲା । ରାଜ୍ୟ ସରକାର ଯାହା କରୁଛନ୍ତି ଠିକ ଭାବରେ କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱାସନାର ବିଷୟ ।

Spread the love