ସ୍ପେ ‘ସୋନି’ ପ୍ରସ୍ତୁତ କଲା ସ୍ପେସ୍‌ ଲେଜରର ନୂଆ ସାଟେଲାଇଟ୍‌ ସର୍ଭିସ୍‌ ୟୁନିଟ୍‌

ନୂଆଦିଲ୍ଲୀ : ବୈଦୁତିକ ଉପକରଣ ଉତ୍ପାଦନକାରୀ କମ୍ପାନୀ ସୋନି ଏକ ନୂଆ କମ୍ପାନୀ କରିଥିବା ନେଇ ଘୋଷଣା କରିଛି । ଏହି କମ୍ପାନୀ ସ୍ପେସ୍‌ ସେକ୍ଟରରେ ଲେଜର୍‌ ବିମ୍‌ ଦ୍ୱାରା ଛୋଟ ସାଟ୍‌ସାଲାଇଟ୍‌ ସହ ଅରବିଟ୍‌କୁ ଦ୍ରୁତ ଭାବେ ଯୋଗାଯୋଗ କରୁଥିବା ଉପକରଣର ଉତ୍ପାଦନ ଏବଂ ଏହାର ଯୋଗାଣ କାର୍ଯ୍ୟ କରିବ।ଏହି କମ୍ପାନୀର ନାମ ସୋନି ସ୍ପେସ୍‌ କମ୍ୟୁନିକେସନ୍‌ କର୍ପୋରେସନ୍ ରଖାଯାଇଛି । ଲେଜର୍‌ ଟେକ୍ନୋଲୋଜି ରେଡିଓ ପ୍ରିକ୍ୱେନ୍ସି ଦ୍ୱାରା ଉପୁଜୁଥିବା ବାଧାକୁ ଦୂର କରିବ । ଏହି ଉପକରଣ ସ୍ପେସ୍‌ରେ ଥିବା ସାଟେଲାଇଟ୍‌ ଷ୍ଟେସନ୍‌ରୁ ପୃଥିବୀର କକ୍ଷରେ ଥିବା ସାଟେଲାଇଟ୍‌ କମ୍ୟୁନିକେସନ୍‌ ସେଣ୍ଟରକୁ ଯୋଗାଯୋଗ କରିବ ।ପାଖାପାଖି ୧୨ ହଜାର ସାଟ୍‌ଲାଇଟ୍‌ କକ୍ଷପଥରେ ରହିଛନ୍ତି । ରକେଟ୍‌ କମ୍ପାନୀ ଗୁଡ଼ିକର ମହାକାଶରେ ସାଟ୍‌ଲାଇଟ୍‌ ସ୍ଥାପନ କରିବା ପାଇଁ ଖର୍ଚ୍ଚ କମ୍‌ କରିଥିବାରୁ ବିଭିନ୍ନ ସଂସ୍ଥାର ଛୋଟ ଛୋଟ ସାଟଲାଇଟ୍‌ ଆଗାମୀ ବର୍ଷରେ ଅଧିକରୁ ଅଧିକର ସ୍ଥାପନ ହେବା ନେଇ ଆଶଙ୍କା କରାଯାଉଛି । ଏହାଛଡ଼ା ଆମାଜନ ଏବଂ ସ୍ସେସ୍‌ ଏକ୍ସ ଦ୍ରୁତତମ ଇଣ୍ଟରନେଟ୍‌ ପ୍ରଦାନ କରିବା ପାଇଁ ମହାକାଶରେ ପୃଥିବୀର ଅତି ନିକଟରେ (ଲୋ ୟାର୍ଥ ସାଟେଲାଇଟ୍‌ )ସାଟେଲାଇଟ୍‌ ପ୍ରସ୍ତୁତ ମଧ୍ୟ କରୁଛନ୍ତି ।ଦିନକୁ ଦିନ ପୃଥିବୀରେ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ନୂଆ କମ୍ପାନୀର ସଭାପତି କହିଛନ୍ତି   ଗତ ବର୍ଷ ସ୍ପେସ୍‌ ଏକ୍ସ ଲେଜର କମ୍ୟୁନିକେସନ୍‌ ସାଟ୍‌ଲାଇଟ୍‌ ନିର୍ମାଣ କରି ଏହାକୁ ଅବସ୍ଥାପନ କରିଥିଲା ।

Spread the love