ତରକାରୀରେ ଅଧିକ ହଳଦୀ ପଡ଼ିଯାଇଥିଲେ ଆପଣାନ୍ତୁ ଏହି ଉପାୟ

ତରକାରୀଠାରୁ ଆରମ୍ଭ କରି ଡ଼ାଲିରେ ଆପଣ ହଳଦୀ ବ୍ୟବହାର କରୁଥିବାବେଳେ ଅନ୍ୟମନସ୍କ ହେଉ ବା ଅଜାଣତରେ ଅଧିକ ହଳଦୀ ପଡିଯାଇଥାଏ, ତେବେ ଖାଦ୍ୟର ସ୍ୱାଦ ଖରାପ ହୋଇଯାଏ | ଏପରି ପରିସ୍ଥିତିରେ, କିଛି ବିଶେଷ ଉପାୟରେ, ଆପଣ ହଳଦୀର ତିକ୍ତତାକୁ ହ୍ରାସ କରିପାରିବେ।ଯଥା-

ନଡ଼ିଆ କ୍ଷୀର
ଯଦି ଖାଦ୍ୟରେ ଅଧିକ ହଳଦୀ ପଡିଯାଇଥାଏ, ତେବେ ନଡ଼ିଆ କ୍ଷୀର ବ୍ୟବହାର କରାଯାଇପାରେ। ତରକାରୀରେ ଯଦି ଅଧିକ ହଳଦୀ ପଡିଯାଇଛି, ତେବେ ନଡ଼ିଆ କ୍ଷୀର ମିଶାଇ କିଛି ସମୟ ପାଇଁ ରାନ୍ଧନ୍ତୁ। ଏହା ହଳଦୀର ତିକ୍ତତାକୁ ମଧ୍ୟ ଦୂର କରିବ ଏବଂ ସ୍ୱାଦ ମଧ୍ୟ ଭଲ ହେବ।

ଆମଚୁର ପାଉଡର
ହଳଦୀର ସ୍ୱାଦକୁ ସନ୍ତୁଳିତ କରିବା ପାଇଁ ଆମଚୁର ପାଉଡର ମଧ୍ୟ ମିଶାଯାଇପାରିବ। ତେବେ ଯଦି ଘରେ ଆମଚୁର ପାଉଡର ନାହିଁ, ତେବେ ତେନ୍ତୁଳି ପେଷ୍ଟ କିମ୍ବା ପାଉଡର ମଧ୍ୟ ମିଶେଇପାରିବେ। ଏହାଦ୍ୱାରା ଖାଦ୍ୟର ସ୍ୱାଦ ନିୟନ୍ତ୍ରିତ ହୋଇଯିବ।

ପାଣି, ଦହି ଏବଂ ଲୁଣ
ଯଦି ତରକାରୀ ମସଲାରେ ଅତ୍ୟଧିକ ହଳଦୀ ପଡିଯାଇଥାଏ, ତେବେ ପ୍ରଥମେ ପନିପରିବାକୁ ଏଥିରୁ ଅଲଗା କରନ୍ତୁ। ତା’ପରେ ପାଣି, ଲୁଣ ଏବଂ ଦହି ମିଶାଇ ମସଲାକୁ କଷିଦିଅନ୍ତୁ। ଏହା ଦ୍ୱାରା ହଳଦୀର ତିକ୍ତତା କମାଇଦେବ।

Spread the love