ବଲିଉଡ ସୁପରଷ୍ଟାର ଶାହରୁଖ ଖାନ କରୋନା ପଜିଟିଭ

ଡେସ୍କ: ସୁପରଷ୍ଟାର ଶାହରୁଖ ଖାନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଲିଉଡ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ସୁଶ୍ରୀ ବାନାର୍ଜୀ ଟ୍ୱିଟ କରିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ଆମର ବ୍ରାଣ୍ଡ ଆମ୍ବାସାଡର ଶାହାରୁଖ ଖାନଙ୍କୁ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ସୁପରଷ୍ଟାରଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ସୁସ୍ଥ ହୋଇଯାଅ ଶାହାରୁଖ!

Spread the love