ବାରବାଟୀ T_20 ମ୍ୟାଚ୍ ପୂର୍ବରୁ ସିଏମସିର ପ୍ରସ୍ତୁତି, ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ପରାମର୍ଶ

କଟକ ୦୫/୦୬: ଆସନ୍ତା ୧୨ତାରିଖରେ ହେଵାକୁ ଥିବା ଵାରଵାଟୀ ଟି ଟ୍ୱେଣ୍ଟି ମ୍ୟାଚକୁ ସିଏମସି ଏକ ସୁଯୋଗ ଭାଵେ ନେଉଛି । ଏହା କହିଛନ୍ତି କଟକ ମେୟର ସୁଵାଷ ସିଂହ। କଟକର ଏକ ସୁନ୍ଦର ଛବି ଲୋକଙ୍କ ଆଗରେ ରଖିବା ପାଇଁ ଏହି ସୁଯୋଗର ପୁରା ସଦଵ୍ୟଵହାର କରିଵ ସି ଏମ୍ ସି ।

ସହରର ଵିଭିନ୍ନ ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ ହେଉ ଵା ଖେଳାଳୀ ଯିଵା ଆସିଵା ରାସ୍ତାକୁ ନୂଆ ରୂପ ଦେଵା ହେଉ, ସବୁ କିଛି ସୁନ୍ଦର ଢଙ୍ଗରେ କରିଵାକୁ ସି ଏମ୍ ସି ଓ ଅନ୍ୟ ଵିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମେୟର । ମେୟରଙ୍କ କହିଵା ଅନୁସାରେ ଵାରଵାଟୀ ଖେଳ ସମୟରେ ସହରରେ ପ୍ରାୟ ଲକ୍ଷେ ଲୋକଙ୍କ ସମାଗମ ହେଵ।

ତେଣୁ ଏହି ଲୋକମାନେ କିଭଳି ଭଲରେ ଆସିଵେ, ପାର୍କିଂ, ପିଇଵା ପାଣି ଓ ଅନ୍ୟାନ୍ୟ ମୌଳିକ ସୁଵିଧା ଷ୍ଟାଡିୟମ ନିକଟରେ କିଭଳି ସହଜରେ ପାଇ ପାରିବେ ।ସେଥିପାଇଁ ସି ଏମ୍ ସି ଓ ଜନସ୍ବାସ୍ଥ୍ୟ ଵିଭାଗ ପର୍ଯ୍ୟାପ୍ତ ଵ୍ୟଵସ୍ଥା କରିବା ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।ସେହିଭଳି ପାର୍କିଂ ପାଇଁ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ।

ସେଥିପାଇଁ ଵିଭାଗୀୟ କର୍ତ୍ତୃପକ୍ଷ ଵ୍ୟଵସ୍ଥା କରିଵାକୁ କୁହାଯାଇଛି। ପାର୍କିଂ ଓ ଷ୍ଟାଡିୟମ ପାଖରେ ୮ଟି ପାଣି ଟାଙ୍କି ରଖିଵାର ଵ୍ୟଵସ୍ଥା ହୋଇଛି। ଷ୍ଟାଡିୟମ ଭିତରେ ଓ ଵାହାରେ ପରିମଳ ଵ୍ୟଵସ୍ଥା ଅତ୍ୟନ୍ତ ଭଲ କିଭଳି ରହିବ, ତାର ଵ୍ୟଵସ୍ଥା ହୋଇଛି । ଏସଵୁ କାମରେ ସମନ୍ବର ରକ୍ଷା ପାଇଁ ଷ୍ଟାଡିୟମ ପରିସରରେ ଏକ କଣ୍ଟ୍ରୋଲ ରୁମ ଖୋଲାଯିଵା ପାଇଁ ସ୍ଥିର ହୋଇଛି।

Spread the love