ଖୁସିରେ ଫାଟିପଡ଼ିଲା ଘର; ଏକାସାଙ୍ଗରେ ୪ଟି ପିଲାଙ୍କୁ ଜନ୍ମ ଦେଲେ ମହିଳା

ଆଜମେର ୦୭/୦୬ : କୁହାଯାଏ ଭଗବାନ ଯେତେବେଳ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି। ଠିକ ସେହିପରି ଏକ ଘଟଣା ରାଜସ୍ଥାନର ଆଜମେରରୁ ସାମ୍ନାକୁ ଆସିଛି। ଖବର ଅନୁସାରେ ଦୀର୍ଘ ୪ବର୍ଷ ହେଲା ଜଣେ ମହିଳାଙ୍କର କୌଣସି ପିଲାପିଲି ନଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥାଯେ ସେହି ମହିଳା ଜଣଙ୍କ ଜନାନା ଡାକ୍ତରଖାନାରେ ଏକାସାଙ୍ଗରେ ୪ଟି ପିଲାକୁ ଜନ୍ମ ଦେଇଛନ୍ତି। ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁଅ ଓ ଦୁଇଜଣ ଝିଅ ଅଛନ୍ତି ।

ଚାରିଜଣ ପିଲା ଜନ୍ମ ହେବା ପରେ ଏବେ ସେମାନଙ୍କୁ ଏନଆଇସିୟୁ ୱାର୍ଡରେ ରଖାଯାଇଥିବା ବେଳେ ମହିଳାଙ୍କୁ ସାଧାରାଣ ୱାର୍ଡରେ ରଖାଯାଇଛି। ସମ୍ପୃକ୍ତା ମହିଳାଙ୍କ ସ୍ୱାମୀ ଅସଲମ ଖାନ କହିଛନ୍ତିଯେ ତାଙ୍କ ସ୍ତ୍ରୀ ଫରିଦା ବାନୋ ଯେତେବେଳେ ୩ ମାସର ଗର୍ଭବତୀ ଥିଲେ ସେତେବେଳେ ସୋନୋଗ୍ରାଫି ପରୀକ୍ଷାରୁ ଜଣା ପଡ଼ିଥିଲାକି ତାଙ୍କ ଗର୍ଭରେ ଚାରିଟି ପିଲା ବଢୁଛନ୍ତି। ଯେତେବେଳେ ଡାକ୍ତର ଏହି ସୂଚନା ଫରିଦା ଓ ତାଙ୍କ ସମ୍ପର୍କୀୟଙ୍କୁ ଦେଇଥିଲେ ସେତେବେଳେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଥିଲା ।

ଫରିଦାଙ୍କର ଯେତେବେଳେ ପ୍ରସବ ବେଦନା ହୋଇଥିଲା ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରଥମେ ସେ ଏକ ଝିଅ ଜନ୍ମ ଦେଇଖଥିଲେ ଓ ପରେ ୨୯ ମିନିଟ ଭିତରେ ଆଉ ୩ ପିଲା ଜନ୍ମ ହୋଇଥିଲେ ବୋଲି ଅସ୍ଲମ କହିଛନ୍ତି। ବାହାଘରର ୩-୪ ବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାପିଲି ନଥିଲେ ବୋଲି ଅସ୍ଲମ କହିଛନ୍ତି। ଏପରି ସ୍ଥଳେ ସେ ଏକାସାଙ୍ଗରେ ୪ଟି ପିଲାର ବାପା ହେବାରୁ ତାଙ୍କ ପରିବାର ସହିତ ଗାଁରେ ମଧ୍ୟ ଖୁସିର ପରିବେଶ ସୃଷ୍ଟି ହୋଇଛି ।

୮ ମାସର ଗର୍ଭାବସ୍ଥାରେ ଜନ୍ମ ନେଇଥିବା କାରଣରୁ ପିଲାମାନଙ୍କର ଓଜନ ବହୁତ କମ୍‌ ରହିଛି। ସେଥିପାଇଁ ୪ ପିଲାଙ୍କୁ ଏବେ ନର୍ସରୀ ଏନଆଇସିୟୁରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଝିଅଙ୍କୁ ଭେଣ୍ଟିଲେଟରେ ଅମ୍ଳଯାନ ସାହାଜ୍ୟରେ ରଖାଯାଇଛି। ଦୁଇଜଣ ଝିଅଙ୍କ ମଧ୍ୟରୁ ଜଣଙ୍କର ସ୍ଥିତି ଚିନ୍ତାଜନକ ରହିଛି ।

Spread the love