କଟକ-ଚାନ୍ଦବାଲି ରାସ୍ତାରେ ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ପିଟିହେଲେ ଦଶ ଚକିଆ ଟ୍ରକ୍‌-କ୍ଷୀର ବୋଝେଇ ଟ୍ରକ୍‌- ଇଣ୍ଡିଗୋ କାର

ନିଶ୍ଚିତକୋଇଲି, ୦୭/୦୬: କଟକ-ଚାନ୍ଦବାଲି ରାସ୍ତାର ପଣସପଡିଆ ଛକ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଏକ ଦଶଚକିଆ ଟ୍ରକ୍ ପଛରେ କ୍ଷୀର ବୋଝେଇ ଟ୍ରକ ପିଟି ହୋଇଯାଇଛି । ଏହାପରେ କ୍ଷୀର ବୋଝେଇ ଟ୍ରକ ପଛରେ ଆସୁଥିବା ଏକ କାର ମଧ୍ୟ ଏହି ଟ୍ରକ୍‌ ସହ ପିଟି ହୋଇଯାଇଥିଲା । ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୨ ଜଣ ଇଣ୍ଡିଗୋ କାରର ଯାତ୍ରୀ ହୋଇଥିବା ବେଳେ ଅନ୍ୟଜଣେ କ୍ଷୀର ବୋଝେଇ ଟ୍ରକର କର୍ମଚାରୀ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି  ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ିକୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।

Spread the love