ବୃଦ୍ଧି ହେଲା ଫସଲର ଏମଏସପି ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଧାନ ସମେତ ୧୭ଟି ଫସଲର (ଏମଏସପି)  ଅର୍ଥାତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ୨୦୨୨-୨୩ ଖରିଫ ଋତୁ ପାଇଁ ସରକାର ୧୭ଟି ଫସଲର ଏମଏସପି ବୃଦ୍ଧି କରିଛନ୍ତି । ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି ଏହାସହ ଜଓ୍ବାର, ମକା, ମୁଗ, ହରଡ, ମାଣ୍ଡିଆ, ଚିନାବାଦାମ, ବିରି ଆଦି ଫସର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି ।

Spread the love