ସାମ୍ବାଦିକଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ

ସମ୍ବଲପୁର :  ସମ୍ବଲପୁରର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବାର ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ, ସାମ୍ବାଦିକ ଭୋଇ ଙ୍କ ଫଟୋ ଓ ନାମକୁ ବ୍ୟବହାର କରି ନକଲି ଫେସବୁକ (ସାମାଜିକ ଗଣମାଧ୍ୟମ) ଆକାଉନ୍ଟ ଖୋଲି ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ସାଥି ହେବା ପାଇଁ ଅନୁରୋଧ ପଠାଉଛି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ (ଗୁଗୁଲ ପେ, ଫୋନ ପେ ଆଦି) ମାଧ୍ୟମରେ ଟଙ୍କା ପଠାଇବାକୁ କହୁଛି ।ଏ ସର୍ମ୍ପକରେ ଖବର ପାଇବା ପରେ ତୁରନ୍ତ ସାମ୍ବାଦିକ ଭୋଇ ଚିହ୍ନା ପରିଚିତ ବ୍ୟକ୍ତି ମାନଙ୍କୁ ଉକ୍ତ ଆକାଉନ୍ଟରୁ ଆସୁଥିବା ଅନୁରୋଧକୁ କେହି ଗ୍ରହଣ କିମ୍ବା ଟଙ୍କା ନ ପଠାଇବାକୁ ଅନୁରୋଧ କରିଛନ୍ତି । ଏ ସର୍ମ୍ପକରେ ସାମ୍ବାଦିକ ଭୋଇ ସମ୍ବଲପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୯/୨୦୨୨ ରୁଜୁ କରି ନକଲି ଆଇଡି ଗୁଡିକୁ ବନ୍ଦ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି ।

Spread the love