ଜାତିବାର୍ଗ ସମ୍ମିଳନୀ ଅନୁଷ୍ଠିତ

 ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ର ଗୋବରୀ ମଣ୍ଡଳ (ଜୋନ -19) ଅନ୍ତର୍ଗତ ଅଳାଇଲୋ ଗ୍ରାମପଞ୍ଚାୟତ ର ମଇଁଷି ଗୋସେଇଁ ମଠ ପରିସରରେ ଓବିସି ମୋର୍ଚ୍ଚା ତରଫରୁ “ଜାତି ବର୍ଗ ସମ୍ମିଳନୀ “ଅନୁଷ୍ଠିତ ହୋଇଯାଇଛି l
ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସତ୍ୟ ପ୍ରକାଶ ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ଦାସ, ଜିଲ୍ଲା ମିଡ଼ିଆ ପ୍ରମୁଖ ନେହେରୁ ସାହୁ, ମଣ୍ଡଳ ଉପସଭାପତି କେଶବ ଭୋଳ, ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ମୁଦୁଲି, ବରିଷ୍ଠ ବିଜେପି ନେତା ପ୍ରହଲ୍ଲାଦ ସେଠୀ, ରାଜେନ୍ଦ୍ର ପତି ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଓବିସି ବର୍ଗ ଙ୍କ ପାଇଁ ପ୍ରଣୟନ କରୁଥିବା ଯୋଜନା ବିଷୟରେ ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ ଗୃହ ସମ୍ପର୍କ ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ବିଘ୍ନେଶ ସେଠୀ, ରମେଶ ପ୍ରଧାନ, ନିର୍ମଳ ଚନ୍ଦ୍ର ସାହୁ, ନଳିନୀ କାନ୍ତ ପଲାଇ, ବିଶ୍ୱଜିତ ମହାପାତ୍ର, ନିରାକାର ରଣା, ପ୍ରମୋଦ ଦାସ, ସୁଲଭ କାଣ୍ଡି, ମାନସ ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Spread the love