ପଛୁଆ ବର୍ଗଙ୍କ ଅଧିକାର ଓ ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ମୋଦି ସରକାର: ସମୀର ମହାନ୍ତି

ଭୁବନେଶ୍ୱର,ତା.୦୯/୦୬: ‘ଗରୀବଙ୍କ ବିକାଶ ପାଇଁ ସମର୍ପିତ’ ମୋଦି ସରକାର ୨୦୧୪ ମସିହାଠାରୁ ଆଜି ପର୍ଯ୍ୟନ୍ତ ବିଗତ ୮ ବର୍ଷରେ ଗରୀବଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ମୋଦିଙ୍କ ସରକାର । ଅନ୍ତ୍ୟୋଦୟ ହିଁ କାର୍ଯ୍ୟାନ୍ୱୟନର ମୂଳମନ୍ତ୍ର । ଆତ୍ମନିର୍ଭର ଭାରତ ଗଠନ ଏହାର ଲକ୍ଷ୍ୟ । ପଛୁଆ ବର୍ଗ ଭାରତ ବର୍ଷର ସବୁଠାରୁ ବୃହତ ସଂଖ୍ୟା ଗରିଷ୍ଠ ବର୍ଗ । ଶତାଦ୍ଦୀ ଶତାଦ୍ଦୀ ଧରି ଏହି ବର୍ଗ ଭାରତରେ ସେବା, ଶ୍ରମ, ସମର୍ପଣ ଭାବକୁ ନେଇ କାର୍ଯ୍ୟକରି ଆସିଛି । ପଛୁଆ ବର୍ଗ ବା ଓବିସି ମାନଙ୍କୁ ତାଙ୍କର ସାଂବିଧାନିକ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୋଦି ସରକାର ସ୍ୱତନ୍ତ୍ର ଓବିସି କମିଶନ ଗଠନ କରି ତାଙ୍କ ଅଧିକାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ‘ଓବିସି ଜାତିବର୍ଗ ସମ୍ମିଳନୀ’ରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ବିଶେଷ ଭାବେ ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସରଙ୍କ ପାଇଁ ମୋଦି ସରକାର ବହୁ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଓବିସି ବର୍ଗଙ୍କ ସ୍ୱାର୍ଥରକ୍ଷା ଓ ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରଥମ କରି ଜାତୀୟ ସ୍ତରରେ ଓବିସି କମିଶନ ଗଠନ କରି ପ୍ରତ୍ୟେକ ରାଜ୍ୟରେ ଓବିସି କମିଶନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଇଲେ । ୧୦୨ତମ ସଂବିଧାନ ସଂଶୋଧନ ଜରିଆରେ ରାଜ୍ୟରେ କେଉଁ କେଉଁ ଜାତି ଓବିସି ବା ଏସ୍‌ଇବିସି ତାଲିକା ଅର୍ନ୍ତଭୁକ୍ତ ହେବେ ତାହା ସ୍ଥିର କରିବାର ଦାୟିତ୍ୱ ଓ କ୍ଷମତା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ସେହିଭଳି ସର୍ଭେ କରି ଓବିସିଙ୍କ ସଂଖ୍ୟା ଅନୁପାତ ଓ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଭିତିରେ ଶିକ୍ଷା,ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ପ୍ରତିଶତ ସ୍ଥିର କରିବାର ଦାୟୀତ୍ୱ ମଧ୍ୟ ରାଜ୍ୟମାନଙ୍କୁ ଦିଆଯାଇଛି । ନିଜର ଓବିସି ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ମାଟ୍ରିକ ପୂର୍ବ ଓ ପର ଛାତ୍ରବୃତି, ଛାତ୍ରାବାସ, କୌଶଳ ବିକାଶ, କୌଶଳ ବିକାଶ ତାଲିମ ସହାୟତା, ରାଷ୍ଟ୍ରୀୟ ଫେଲୋସିପ୍‌, ଦରିଆ ପାରି ଶିକ୍ଷା ବୃତି, ଶୈକ୍ଷିକ ଋଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବା ସହିତ ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି କେନ୍ଦ୍ର ସରକାରଙ୍କ ସମସ୍ତ ସାଧାରଣ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷା ଓ ବୈଷୟିକ ଶିକ୍ଷାରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଓବିସିବର୍ଗ ଛାତ୍ରଛାତ୍ରୀମାନଙ୍କ ସକାଶେ ଛାତ୍ରାବାସ ନିର୍ମାଣ ପାଇଁ ସିଟ୍ ପିଛା ପୂର୍ବୋତର ରାଜ୍ୟ ଗୁଡିକକୁ ୩.୫ଲକ୍ଷ, ହିମାଳୟ କ୍ଷେତ୍ରକୁ ୩.୨୫ଲକ୍ଷ ଓ ଅନ୍ୟ ଅଂଚଳକୁ ୩ଲକ୍ଷ ଟଙ୍କା ସହଯୋଗ ରାଶିର ବ୍ୟବସ୍ଥା କରାଯାଇଛି । ଉଚତର ଶିକ୍ଷା ଓ ରିସର୍ଚ୍ଚ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ‘ଶ୍ରେୟସ୍ ଯୋଜନା’ରେ କନିଷ୍ଠ ଫେଲୋସିପ୍ ପାଇଁ ମାସିକ ୩୧,୦୦୦ ଓ ବରିଷ୍ଠଙ୍କ ପାଇଁ ମାସିକ ୩୫,୦୦୦ଟଙ୍କା ଦିଆଯାଇଥିଲା େବେଳେ ୨୦୧୭-୨୧ ଭିତରେ ଓବିସି ବର୍ଗର ୩,୮୨୫ଜଣ ଏହି ଫେଲୋସିପ୍ ପାଇଛନ୍ତି । କୌଶଳ ବିକାଶ ଯୋଜନାରେ ୨୦୧୮-୨୦୨୧ ଭିତରେ ଓବିସି ବର୍ଗର ୭୩,୦୦୦ଲାଭାର୍ଥୀ ଉପକୃତ ହୋଇଛନ୍ତି । ଓବିସି ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକର ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ଋଣ ଓ ସବସିଡି ମଧ୍ୟ ବ୍ୟବସ୍ଥା ରହିଛି । ଓବିସି ବର୍ଗର ଅର୍ଥନୈତିକ ବିକାଶ ପାଇଁ ରାଷ୍ଟ୍ରୀୟ ସ୍ତରରେ ଓବିସି ଫାଇନାନ୍ସ ଆଣ୍ଡ ଡେଭଲପ୍‌ମେଂଟ୍ କର୍ପୋରେସନ ଗଠନ କରିଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ଅନୁରୂପ କର୍ପୋରେସନ ଗଠନ କରିବାର ବ୍ୟବସ୍ଥା ରହିଛି । ଓବିସି ବର୍ଗର ଯୁବକ ଓ ଯୁବତୀଙ୍କ ଅର୍ଥନନୈତିକ ବିକାଶ ପାଇଁ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ । ସାମାଜିକ ନ୍ୟାୟ ଓ ଅଧିକାରୀତା ଜରିଆରେ ବଂଚିତ ବର୍ଗଙ୍କୁ ‘ବିଶ୍ୱାସ ଯୋଜନା’ରେ ଆର୍ôଥକ ସହାୟତା, ‘ନବ ସ୍ୱର୍ଣ୍ଣିମ ଓ ମହିଳା ସମୃଦ୍ଧି ଯୋଜନା’ରେ ଓବିସି ମହିଳାଙ୍କୁ ସ୍ୱତନ୍ତ୍ର ଋଣ ଦିଆଯାଉଛି । ୨୦୧୮-୨୦୨୧ ସୁଦ୍ଧା ଏନ୍‌ବିସିଏଫ୍‌ଡିସି ମାଧ୍ୟମରେ ଓବିସି ବର୍ଗର ୧୨,୩୭,୬୪୨ଜଣ ମହିଳା ଉପକୃତ ହୋଇଛନ୍ତି । ମୋଦି ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗରୁ ରେକର୍ଡ ସଂଖ୍ୟକ ୨୭ଜଣ ସାଂସଦଙ୍କୁ ପ୍ରତିନିଧିତ୍ୱ ମିଳିବା ମୋଦି ସରକାରଙ୍କ ଓବିସିଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କ୍ରମାଗତ ହୀନ ଷଡଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ରାଜ୍ୟ ସରକାର । ଶାସକ ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟୀତ୍ୱରୁ ଓହରି ଯିବା ସହିତ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ଆସୁଛନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । ବିଜେପିର ବାରମ୍ବାର ଦାବୀ ହେବା ପରେ ରାଜ୍ୟ ସରକାର ବାଧ୍ୟ ବାଧକତାରେ କମିଶନର ଅଧ୍ୟକ୍ଷ ନିଯୁକ୍ତି କଲେ । ଗତ ୨ ବର୍ଷ ଭିତରେ ରାଜ୍ୟ ଓବିସି କମିଶନ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କେଉଁ ଜାତିବର୍ଗ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ହେବେ, ତାହା ସ୍ଥିରକୃତ କାହିଁକି ହୋଇପାରିନାହିଁ ? ରାଜ୍ୟ ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କ ସଂଖ୍ୟା ସଂପର୍କରେ ଆଦୈା କୈାଣସି ତଥ୍ୟ ନାହିଁ କି ? ତେବେ କେଉଁ ଆଧାରରେ ଜାତି ପ୍ରମାଣ ପତ୍ର ଓ ନିଯୁକ୍ତି ପ୍ରକ୍ରିୟା ଚାଲିଆସୁଛି ? ଫାଇନାନ୍ସ ଡେଭଲପମେଂଟ୍ କର୍ପୋରେସନରେ ୨୦୦୮ରୁ କାହିଁକି ଆଜି ପର୍ଯ୍ୟନ୍ତ ଗୋଟିଏ ଲୋକଙ୍କୁ ବି ରାଜ୍ୟ ସରକାର ଋଣ ଦେଇନାହାନ୍ତି । ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡିଶାରେ ତାହା ଦିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇଛି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ଓବିସି ଜାତିବର୍ଗ ସମ୍ମିଳନୀ’ ଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କକରାଯାଉଛି । ଆଜି ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଓବିସି ଜାତିବର୍ଗ ସମ୍ମିଳନୀ’ ଆୟୋଜନ କରାଯାଇଛି ।

Spread the love