ଜାଣନ୍ତୁ ଉନ୍ନତିର କିଛି ସରଳ ଉପାୟ

ଆମେ ପ୍ରତିଦିନ ଏମିତି କାମ କରିବା ଦରକାର ଯାହା ଆମକୁ ଉନ୍ନତିର ଶୀଖରରେ ପହଞ୍ଚାଇ ଦେବ ।ତେବେ ଆସନ୍ତୁ ଜାଣିବା –

ସକାଳୁ ଉଠିବା ମାତ୍ରେ ପ୍ରତିଦିନ ପିତା-ମାତା, ଘରର ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ।

ପ୍ରତିଦିନ ଗାଈଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ଏବଂ
ନିୟମିତ କୁକୁରଙ୍କୁ ରୁଟି ଓ ପକ୍ଷୀଙ୍କୁ ଦାନା ଦିଅନ୍ତୁ।ଘରେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟି ଗାଈଙ୍କୁ ଓ ଶେଷ ରୁଟି କୁକୁରଙ୍କୁ ଦିଅନ୍ତୁ।

ଘରର ନିକଟରେ ପୋଖରୀ ଥିଲେ କଇଁଛ, ମାଛ ଆଦିକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ।

ପକ୍ଷୀମାନଙ୍କ ପାଇଁ ଛାତରେ ଏକ ପାତ୍ରରେ ପାଣି ନିଶ୍ଚୟ ରଖନ୍ତୁ।

ଘରକୁ ଆସୁଥିବା ଅତିଥି ସେବା ଭଲ ମନରେ କରନ୍ତୁ।

ଭୋଜନ ପ୍ରସ୍ତୁତ କରିବା ପରେ ସେଥିରୁ କିଛି ଅଳ୍ପ ଅଗ୍ନିଦେବତାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଘରେ ଅନ୍ନର ଅଭାବ ହୋଇନଥାଏ।

ପ୍ରତିଦିନ ସ୍ନାନରେ ପରେ ଘରେ ଭଗବାନଙ୍କୁ ପ୍ରଣାମ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ।ଏହାସହ ସ୍ନାନ କରିବା ପରେ ଭଗବାନ ସୂର୍ୟ୍ୟଦେବଙ୍କୁ ଜଳ ଓ ଲାଲ ଫୁଲ ଅର୍ପଣ କରିବା ସହ ପ୍ରଣାମ କରନ୍ତୁ।

ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ, ଖିର ଅର୍ପଣ କରି ୭ ଥର ପରିକ୍ରମା କରନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

ଅସହାୟଙ୍କୁ ସାହାଯ୍ୟ କରନ୍ତୁ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟା ମନୋଭାବ ରଖନ୍ତୁ।

ରବିବାର ଓ ମଙ୍ଗଳବାର କାହା ଠାରୁ କରଜ ଆଣନ୍ତୁ ନାହିଁ।

ନିୟମିତ ଗାୟନ୍ତ୍ରୀ ମନ୍ତ୍ରର ଜପ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

ଗୁରୁବାର ନଖ କାଟନ୍ତୁ ନାହିଁ।

ଘରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ।

Spread the love