ଶିକ୍ଷକଙ୍କୁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ: କୁହାଯାଏ ଜଣେ ଶିକ୍ଷକ ସେତେବେଳେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି, ଯେତେବେଳେ ତାଙ୍କ ଛାତ୍ର ସଫଳତା ପାଏ। ଆଜି ମୋଦୀ ତାଙ୍କ ପିଲାଦିନର ଶିକ୍ଷକଙ୍କୁ ଗୁଜୁରାଟର ନଭସାରିରେ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶିକ୍ଷକଙ୍କୁ ପ୍ରଣାମ କରିଥିଲେ, ସେତେବେଳେ ଶିକ୍ଷକ ତାଙ୍କ ମୁଣ୍ଡରେ ହାତ ଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ।ବଡ଼ନଗରରେ ଯେଭଳି ଛାତ୍ର ଅବସ୍ଥାରେ ମୋଦୀଙ୍କୁ ସେ ଭଲ ପାଉଥିଲେ ଠିକ ସେମିତି ଆଜି ଦେଖିବାକୁ ମିଳିଥିଲା। ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ନଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ’ରେ ଯୋଗ ଦେଇ ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୋଦୀ କହିଛନ୍ତି ଯେ ମୁଁ ଆଜି ଗର୍ବିତ ଅନୁଭବ କରୁଛି ଯେ ଗୁଜୁରାଟ ଛାଡିବା ପରେ ଯେଉଁମାନେ ଗୁଜୁରାଟର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।ଆଜି ଭୁପେନ୍ଦ୍ର ଭାଇ ଏବଂ ସିଆର ପାଟିଲଙ୍କ ଯୋଡି ଯେଉଁ ଉତ୍ସାହର ସହକାରେ ନୂଆ ବିଶ୍ୱାସ ଜାଗ୍ରତ କରିଛନ୍ତି ଏହାର ଫଳସ୍ୱରୂପ ମୋ ସାମ୍ନାରେ ୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି ଓ ଏତେ ବିଶାଳ ଜନସମୁଦ୍ର ପାଲଟିଛି। ମୁଁ ଗର୍ବିତ ଅନୁଭବ କରେ ଯେ ମୁଁ ମୋ ସମୟ ଅବଧିରେ ଯାହା କରିପାରିଲି ନାହିଁ, ଆଜି ମୋର ବନ୍ଧୁମାନେ କରିବାକୁ ସକ୍ଷମ ଅଛନ୍ତି ଏବଂ ଆପଣମାନଙ୍କ ଭଲ ପାଇବା ଦିନକୁ ଦିନ ବଢ଼ୁଥିବାରୁ ଗର୍ବିତ ଅନୁଭବ କରୁଛି।

Spread the love