ଜାଣନ୍ତୁ ନୂପୁର ଶର୍ମାଙ୍କ ସମର୍ଥନରେ ଆସି କଣ କହିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ?

ଭୋପାଲ ୧୦/୦୬ : ଭୋପାଲ ସାଂସଦ ପ୍ରଜ୍ଞା ଠାକୁର ତାଙ୍କ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ   ବିଜେପିରୁ ବହିଷ୍କୃତ ହୋଇଥିବା ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ଯଦି ସତ କହିବା ବିଦ୍ରୋହ ତାହେଲେ ଆମେ ମଧ୍ୟ ବିଦ୍ରୋହି।  

ସାଂସଦ ପ୍ରଜ୍ଞା ଠାକୁର ଗୁରୁବାର ଟୁଇଟ କରି କହିଛନ୍ତି ସତ କହିବା ବିଦ୍ରୋହ ହେଲେ ଆମେ ମଧ୍ୟ ବିଦ୍ରୋହୀ। ଜୟ ସନାତନ ଜୟ ହିନ୍ଦୁତ୍ୱ। ଏହି ଟୁଇଟ ପରେ ସାଂସଦ କହିଛନ୍ତି ମୁଁ ସତକହିବା ପାଇଁ ବଦନାମ ହୋଇଛି।  ସେ ଜ୍ଞାନବାପି ମସଜିଦ ନାଁ ନନେଇ କହିଛନ୍ତି ଏହା ସତ ଯେ ସେଠାରେ ଶିବ ମନ୍ଦିର ଥିଲା ରହିଛି ଓ ରହିବ। ଏହାକୁ ଫୱାରା କହିବା ଭୁଲ। ଏହା ଆମ ହିନ୍ଦୁ ଦେବାଦେବୀ ଓ ସନାତନ ଧର୍ମ ଉପରେ କୁଠାର ଘାତ, ସେଥିପାଇଁ ଆମେ ପ୍ରକୃତ ସତ କହିବୁ।  ଆମର ପ୍ରକୃତ ସତ ତୁମେ କହିଦିଅ ଆମେ ସ୍ୱୀକାର କରୁଛୁ ।  କିନ୍ତୁ ତୁମପର ପ୍ରକୃତ ସତ କୁହାଗଲେ କଣ ଅସୁବିଧା ହେଉଛି। ଏହାର ଅର୍ଥ ହେଉଛି କେଉଁଠି ନା କେଉଁଠି ଇତିହାସ ଭୁଲ୍‌ ରହିଛି ।

Spread the love