ବାରବାଟୀ ଟି-୨୦: ଜାଣନ୍ତୁ ଷ୍ଟାଡିୟମକୁ କ’ଣ ନେବେ, କ’ଣ ନେବେନି ?

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ । ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ପ୍ରେସ ମିଟ୍ କରିଛନ୍ତି କଟକ ଡିସିପି ପିନାକ ମିଶ୍ର । ମ୍ୟାଚ ପାଇଁ ଅପରାହ୍ମ ୩ଟାରୁ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲିବ । ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ସେହିପରି ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ । ଏହା ସହ ଦିଆସିଲ, ହେଲମେଟ୍, ବ୍ୟାଗ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିବାକୁ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଟିକେଟରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖା ଅଛି । ତେଣୁ ସମସ୍ତେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଷ୍ଟାଡିୟମରେ ମୁତୟନ ପୋଲିସ ମଧ୍ୟ ମାସ୍କ୍ ପିନ୍ଧିବେ ବୋଲି ଆଜି ପ୍ରେସମିଟରେ କହିଛନ୍ତି କଟକ ଡିସିପି ।

ସେହିପରି ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଳ ମୁତୟନ ହେବେ ।

Spread the love