ଜୁନ ୧୫ରେ ଏହି ୩ ରାଶିର ଭାଗ୍ୟ ବଦଳିବ
ଜୁନ ୧୫ରେ ମିଥୁନ ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନରେ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ ପ୍ରଭାବ ପଡ଼ିବ କିନ୍ତୁ ଗ୍ରହମାନଙ୍କର ରାଜା ଓ ଶନିଙ୍କ ପିତା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କିଛି ରାଶି ମାନଙ୍କ ପାଇଁ ବିଶେଷ ଲାଭଦାୟୀ ହୋଇପାରେ। ଯ୍ୟୋତିଷାଚାର୍ଯ୍ୟଙ୍କ ମତରେ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତାହେଲେ ଆସନ୍ତୁ ଜାଣିବା ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ ରାଶି ଉପରେ ଭଲ ପ୍ରଭାବ ପଡ଼ିବ।
ବୃଷ
ସୂର୍ଯ୍ୟଦେବ ଆପଣଙ୍କ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରୁଛନ୍ତି। ସେଥିପାଇଁ ଏହି ରାଶି ପରବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ୍ ଅଟେ। ଆର୍ଥିକ ଲାଭ ହେବ। ଆପଣଙ୍କ ବିଗିଡ଼ି ଯାଇଥିବା ସମସ୍ତ କାମ ଧିରେଧିରେ ଠିକ ହୋଇଯିବ। ପରିବାରରେ ଖୁସି ପରିବେଶ ସୃଷ୍ଟି ହେବ। ବ୍ୟବସାୟ ବଢ଼ିବ। ନୂଆ ଚାକିରି ସୂଯୋଗ ମିଳିପାରେ ।
ସିଂହ :
ନିବେଶ କଲେ ଲାଭ ମିଳିବ। ରାଜନୀତି ସହିତ ଯଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭ ସମାଚାର ମିଳିପାରେ।
କନ୍ୟା :
ଆପଣଙ୍କ କ୍ୟାରିଅରରେ ଉନ୍ନତି ହୋଇପାରେ। ଚାକିରିରେ ପଦନ୍ନୋତିର ସୂଯୋଗ ରହିଛି । ଭଲ ଚାକିରି ସୂଯୋଗ ମିଳିପାରେ। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ମିଳିବ। କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି ।