‘୫୦୦୦ ବିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ଗାଁର ବିକାଶ ଜରୁରୀ’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କହିଛନ୍ତି ଭାରତକୁ ୫୦୦୦ ବିଲିୟନ ଡାଲର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ କରିବାକୁ ହେଲେ ଗାଁର ବିକାଶ ଜରୁରୀ ରହିଛି । ଗୁଜରାଟ ସ୍ଥିତ ଆଇଆରଏମଏର ୪୧ ତମ ସମାବର୍ତ୍ତନ ସମାରୋହକୁ ସମ୍ୱୋଧିତ କରି ଶାହ କହିଛନ୍ତି, ମୋର ଦୃଢ ବିଶ୍ୱାସ ଯେ ଗାଁର ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ମହାତ୍ମା ଗାନ୍ଧୀ କହିଥିଲେ ଦେଶର ଆତ୍ମା ଗାଁରେ ରହିଛି ଏବଂ ମୁଁ ଏହାକୁ ଦୃଢତାର ସହ ବିଶ୍ୱାସ କରୁଛି। ସେ କହିଛନ୍ତି, ଯଦି ଗାଁ ସମୃଦ୍ଧ, ଆତ୍ମନିର୍ଭର ହୁଏ ତେବେ ଦେଶର ସମୃଦ୍ଧି ହେବ । ଏହା ଭାରତକୁ ଆତ୍ମନିର୍ଭର ଏବଂ ୫୦୦୦ ବିଲିୟନ ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ ।

ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱଧୀନ ସରକାର, ଗାଁର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାସହ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ରେଖାଙ୍କିତ କରିଥିଲେ। ସମାରୋହକୁ ସମ୍ୱୋଧିତ କରି ଶାହ କହିଛନ୍ତି, ଗ୍ରାମୀଣ ପ୍ରବନ୍ଧକ, ଗ୍ରାମୀଣ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଶାହ କହିଛନ୍ତି ମୋଦୀ ସରକାର କର୍ପୋରେଟିଭ୍ ମନ୍ତ୍ରଣାଳୟର ସ୍ଥାପନା କରିଛନ୍ତି ଯାହା ଗ୍ରାମୀଣ ବିକାଶର ଲକ୍ଷ୍ୟ ହାସଲରେ ସହାୟକ ହେବ।

Spread the love