ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ଦେଶବାସୀଙ୍କୁ ଅପିଲ କଲେ ମୋଦୀ

ନୂଆଦିଲ୍ଲୀ ୧୨/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ ଯୋଗକୁ ନିଜର ଦିନଚର୍ଯ୍ୟାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଯୋଗରୁ ଅନେକ ଲାଭ ମିଳିଥାଏ ବୋଲି ସେ କହିଛନ୍ତି। କିଛିଦିନ ପରେ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯିବ। ମୋର ଆଶା ଆପଣମାନେ ଯୋଗ ଦିବସରେ ଭାଗ ନିଅନ୍ତୁ ଓ ଯୋଗକୁ ନିଜ ଦିନ ଚର୍ଯ୍ୟାରେ ସାମିଲ କରନ୍ତୁ। ଏଥିରୁ ଗୋଟିଏ ଅନେକ ଅନେକ ଲାଭ ମିଳିଥାଏ ବୋଲି ମୋଦୀ କହିଛନ୍ତି । ସେ ଏହା ସହିତ ଏକ ଯୋଗ ସମ୍ୱନ୍ଧୀୟ ୟୁଟ୍ୟୁବ୍‌ ଲିଙ୍କକୁ ମଧ୍ୟ ଶେୟାର କରିଛନ୍ତି।

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପ୍ରତିବର୍ଷ  ଜୁନ୍ ୨୧ ରେ ପାଳନ କରାଯାଏ। ଯୋଗ ଦିବସ ପାଳନ କରିବାର ପ୍ରସ୍ତାବ ସର୍ବ ପ୍ରଥମେ ନରେନ୍ଦ୍ର ମୋଦୀ ଜାତି ସଂଘର ଏକ ସଭାରେ ସମ୍ୱୋଧନ କରିବା ସମୟରେ ୨୦୧୪ ଡିସେମ୍ୱର ୨୭ରେ ଦେଇଥିଲେ। ପରେ ଜାତି ସଂଘ ଏନେଇ ଏକ ପ୍ରସ୍ତାବ ଆଣି ଜୁନ୍‌ ୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିବା ପାଇଁ  ଘୋଷଣା କରିଥିଲେ। ପ୍ରଥମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ୨୦୧୫ ଜୁନ୍‌ ୨୧ରେ ପାଳନ କରା ଯାଇଥିଲା।

Spread the love