‘ପିଓକେ’ରେ ସ୍ଥିତି ଖରାପ କହିଲେ ଜମ୍ମୁ କଶ୍ମୀର ରାଜ୍ୟପାଳ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜନଜୀବନ ପୁଣି ଥରେ ସ୍ୱାଭାବିକ ହେଉଥିବା ବେଳେ ‘ପିଓକେ’ରେ ସ୍ଥିତି ଖରାପ ଅଛି ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି। ସେ ଗତକାଲି ଏକ ସରକାରୀଯୋଗ ଦେଇ ସତ୍ୟପାଲ ମଲିକ କହିଛନ୍ତି ଯେ ‘ପିଓକେ’ରେ ସ୍ଥିତି ଖରାପ ଅଛି । ଇମ୍ରାନ ଖାନଙ୍କ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଲୋକ ବସବାସ କରିବାକୁ ଚାହୁଁ ନାହାନ୍ତି ।ସତ୍ୟପାଳ ମଲିକ ଜମ୍ମୁ କଶ୍ମୀରରବିକାଶମୂଳକ କାମଗୁଡ଼ିକ ସଂପର୍କରେ ବି କହିଛନ୍ତି । ସେ କହିଛନ୍ତି ଯେ, କଶ୍ମୀରର ବିକାଶ ଜରୁରୀ ।
ସତ୍ୟପାଳ ମଲିକ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ରାଜ୍ୟର ଦାୟିତ୍ୱ ନେଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, କଶ୍ମୀରକୁ ଏମିତି ଗଢ଼ାଯାଉ, ଯେମିତି ପାକିସ୍ତାନ ଅଧିକୃତ କଶ୍ମୀରରେ ବସବାସ କରୁଥିବା ଲୋକ ଏଠାକୁ ଆସିବାକୁ ଚାହିଁବେ । କୁହନ୍ତୁ ଯେ, ଏହା ଆମର କଶ୍ମୀର । ଏଣୁ ପ୍ରଧାମନ୍ତ୍ରୀ କଶ୍ମୀରର ଦ୍ରୁତ ବିକାଶ ଚାହଁନ୍ତି ବୋଲି ସେ କହିଛନ୍ତି।

Spread the love