ଆଜି ପୁଣି ରାହୁଲଙ୍କୁ ଜେରା କରିବ ED
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲଗାତର ୩ୟ ଦିନ ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଗତ ୨ ଦିନରେ ଅନେକ ପ୍ରଶ୍ନ କରିଛି ଇଡି । ହେଲେ ଇଡିର ପ୍ରଶ୍ନରେ ରାହୁଲ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା କୁହାଯାଉଛି ।ଯାହାକୁ ନେଇ ବାରମ୍ୱାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଉଥିବା ବେଳେ ରାହୁଲଙ୍କୁ ପଚରାଉଚରା କରାଯାଉଛି । ଗତ୨ଦିନ ହେଲା ରାହୁଲଙ୍କୁ ୧୯ ଘଣ୍ଟାରୁ ଅଧିକ ଜେରା ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ବିଭିନ୍ନ ଦିଗକୁ ନେଇ ରହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛି ।ସୂଚନା ଥାଉକି ଗତ ୧୩ ତାରିଖରେ ରାହୁଲ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ରାହୁଲଙ୍କୁ ଇଡି ଲଗାତର ୩ଘଣ୍ଟା ଜେରା କରିଥିଲା । ପରେ ମଧ୍ୟାହ୍ନ ସମୟ ହୋଇଥିବାରୁ ଖାଇବାକୁ ବାହାରକୁ ବାହାରିଥିଲେ ରାହୁଲ । ଖାଇସାରିବା ପରେ ପୁଣି ଇଡି ତାଙ୍କୁ ଜେରା କରିଥିଲା ।ଗତ ୩ ତାରିଖରେ ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା (ଇଡି) ରାହୁଲଙ୍କୁ ସମନ କରିଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ଇଡି ଗୋଟିଏ ଥର ସମନ କରିସାରିଥିବା ବେଳେ ଏହା ଥିଲା ଇଡିର ଦ୍ବିତୀୟ ଥର ପାଇଁ ସମନ । ସମନ ଅନୁଯାୟୀ ଜୁନ୍ ୧୩ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ ।ଏହା ପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା । ହେଲେ ରାହୁଲ ବିଦେଶରେ ଥିବା ଦର୍ଶାଇ ହାଜର ହୋଇନଥିଲେ । ଏହି ମାମଲାରେ ସୋନିଆଙ୍କୁ ମଧ୍ୟ ସମନ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ସେ ୩ ସପ୍ତାହ ଇଡିକୁ ସମୟ ମାଗିଛନ୍ତି ।