ସାଙ୍ଗରେ ତୁଳସୀ ଓ ଫୁଲ ଧରି ଅଲରାନାଥରେ ତୁଳସୀ ବାବା

ପୁରୀ ୧୫।୦୬ : ତୁଳସୀ ପ୍ରିୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ବରରେ ପୀଡିତ ଥିବାରୁ ଏବେ ତାଙ୍କ ପାଖରେ ତୁଳସୀ ଲାଗି ହେଉନି। ମଙ୍ଗଳବାର ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦଇତାପତିମାନେ ଅଣସର‌ ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି। ଏହି ସମୟରେ ମହାପ୍ରଭୁ ତୁଳସୀ ବଦଳରେ ଫଳମୂଳ ଖାଉଛନ୍ତି। ତେବେ ବର୍ଷକୁ ୩୬୫ ଦିନରୁ ୩୫୦ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତୁଳସୀ ସମର୍ପଣ କରୁଥିବା ତୁଳସୀ ବାବା ଆଜି ସାଙ୍ଗରେ ତୁଳସୀ ଓ ଫୁଲ ଧରି ବ୍ରହ୍ମଗିରି ସ୍ଥିତ ଅଲରାନାଥ ଆସିଛନ୍ତି।

Spread the love