ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହକୁ ନେଇ ବଢ଼ିଲା ବିବାଦ

ଜଗତସିଂହପୁର : ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ଅଡ଼ୁଆ ବଢିଛି । ଜଗତସିଂହପୁର ଜିଲ୍ଲା ସବ୍‌ରେଜିଷ୍ଟାର ଅଫିସରେ ଆଜି ରେଜେଷ୍ଟ୍ରି ବିବାହ ପାଇଁ ଦରଖାସ୍ତକୁ ୩୦ ଦିନ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଅନୁସାରେ ଆଜି ରେଜେଷ୍ଟ୍ରି ବିବାହ ପାଇଁ ଗତକାଲି ରାତିରେ ବିଜୟ ଶଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା ହୋଇଥିଲା । ଆଜି ଆଲୋଚନା ମୁତାବକ ପ୍ରେମିକା ସୋମାଲିକା ତାଙ୍କ ଓକିଲ ଓ ପରିବାର ସହିତ ସବ୍‌ରେଜିଷ୍ଟାର ଅଫିସରେ ପହଞ୍ଚି ଥିଲେ ହେଁ ବିଜୟ ଶଙ୍କରଙ୍କ ଦେଖାନଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିଜୟ ଶଙ୍କର ଦେଖା ନଯିବାରୁ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ସୋମାଲିକା । ଏନେଇ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସୂଚନାଯୋଗ୍ୟ ଯେ, ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ ଏବଂ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା। ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ।

Spread the love