ଷ୍ଟିଲ ଓ ଲୁହା ଗୋଦାମରେ CT ଏବଂ GST ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ବରଗଡ଼, ୧୮/୦୬: ସଦର ଥାନା ଅନ୍ତର୍ଗତ ସଂୟା ଗାଁ ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ଥିବା ଗୌରୀଶଙ୍କର ଷ୍ଟିଲ ଓ ଲୁହା ଗୋଦାମରେ CT ଏବଂ GST ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ବରଗଡ଼ ଓ ସମ୍ବଲପୁର ଜିଲ୍ଲାର CT ଏବଂ GST ବିଭାଗର ମିଳିତ ଚଢାଉ । ବରଗଡ଼ ଜିଲ୍ଲା CT ଏବଂ GST ଡେପୁଟି କମିଶନର ରଜନୀକାନ୍ତ ସେଠ ଓ ସମ୍ବଲପୁର ଜିଲ୍ଲା ଡେପୁଟି କମିଶନର ସୁବୋଧ କୁମାର ପଣ୍ଡାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୌରୀଶଙ୍କର ଷ୍ଟିଲର ସମସ୍ତ କିଣା-ବିକା ର ଫାଇଲ ଯାଞ୍ଚ ପକ୍ରିୟା ଜାରି ରହିଛି । ବିଭାଗ ପକ୍ଷରୁ କୌଣସି ପତିକ୍ରିୟା ମିଳିନଥିବା ବେଳେ ପ୍ରାୟ ୬ ଘଣ୍ଟା ଧରି ଏହି ଯାଞ୍ଚ ଜାରି ରହିଛି ।

Spread the love