ଶାହରୁଖ ଖାନ କିଣିଲେ ଆଉ ଏକ କ୍ରିକେଟ ଟିମ୍, IPLର KKR ବ୍ୟତୀତ ଏହି ଟିମର ମଧ୍ୟ ହେଲେ ମାଲିକ

ମୁମ୍ବାଇ ୧୮।୬: ବଲିଉଡ କିଙ୍ଗଖାନ ଫିଲ୍ମ ସାଙ୍ଗକୁ କ୍ରିକେଟ ଜଗତରେ ମଧ୍ୟ ବେଶ୍ ପ୍ରଶିଦ୍ଧ। ବିଶ୍ୱର ସର୍ବ ବୃହତ୍ତ କ୍ରିକେଟ ଲିଗ ଆଇପିଏଲରେ ଶାହରୁଖ କୋଲକାତା ନାଇଟ୍ ରାଇଡର୍ସର ମାଲିକ। ଇିତିମଧ୍ୟରେ ଶାହରୁଖ ଆଉ ଏକ ନୂଆ କ୍ରିକେଟ ଟିମ୍‌ କ୍ରୟ କରିଛନ୍ତି। ଏହି ଟିମ୍‌ କେରବିୟନ ପ୍ରିମିୟର ଲିଗ (ସିପିଏଲ)ର ମହିଳା କ୍ରିକେଟ୍ ଟିମ୍‌ । ଯାହାର ପ୍ରଥମ ମ୍ୟାଚ୍ ଦେଖିବା ପାଇଁ ଶାହରୁଖ ଏବେ ଖୁବ୍ ଉତ୍ସାହିତ।

ଦୁଇଥରର ଆଇପିଏଲ ବିଜେତା କେକେଆରର ମାଲିକ ଶାହରୁଖ ଖାନ ନିକଟରେ ତାଙ୍କ ଟ୍ୱିଟ୍‌ରେ ଏକ ରିଟ୍ୱିଟ୍ କରିଛନ୍ତି। ଶାହରୁଖ ଯେଉଁ ଟ୍ୱିଟ୍‌ ସେୟାର କରିଛନ୍ତି ତାହା ତାଙ୍କର ନୂଆ ମହିଳା କ୍ରିକେଟ ଟିମ୍‌ ଟ୍ରିନବାଗୋ ନାଇଟ୍ ରାଇଡର୍ସର ଅଫିସିଆଲ ଟ୍ୱିଟରର ହ୍ୟାଣ୍ଡଲ। ଏଥିରେ ଶାହରୁଖ ଉଲ୍ଲେଖ କରିଛନ୍ତି ଯେ କେକେଆର ପରିବାର ଲାଗି ଏହା ବାସ୍ତବିକ ଖୁସିର ମୂହୁର୍ତ୍ତ। ମୁଁ ଆଶା କରୁଛି ଏହି ଟିମ୍‌ର ମ୍ୟାଚ୍‌କୁ ଲାଇଭ ଦେଖିବା ପାଇଁ ସେଠାରେ ଉପସ୍ଥିତ ରହିବି। ଉଲ୍ଲେଖଯୋଗ୍ୟ ଯେ ଶାହରୁଖ ଖାନଙ୍କ ମହିଳା କ୍ରିକେଟ ଟିମ୍ ଅଗଷ୍ଟ ୩୦ ତାରିଖ ଦିନ ୱମେନ୍ସ କେରବିୟନ ପ୍ରିମିୟର ଲିଗ୍ ନିଜର ପ୍ରଥମ  ମ୍ୟାଚ୍ ଖେଳିବ।

ଆଇପିଏଲ କ୍ରିକେଟ ଟିମ୍ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଏହା ଶାହରୁଖଙ୍କ ଚତୁର୍ଥ ଟିମ୍‌। ଏହା ପୂର୍ବରୁ ଶାହରୁଖ କେକଆର ନାଇଟ ରାଇଡର, ଟ୍ରିନବାଗୋ ନାଇଟ୍ ରାଇଡର୍ସ (ପୁରୁଷ ଓ ମହିଳା) ଓ ଆବୁଧାବୀ ନାଇଟ୍ ରାଇଡର୍ସକୁ ନିଜ ନାମରେ କରିସାରିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ସିପିଏଲ ପୁରୁଷ ବର୍ଗରେ ଶାହରୁଖ ଖାନଙ୍କ ଟ୍ରିନବାଗୋ ନାଇଟ୍ ରାଇଡର୍ସ ୱେଷ୍ଟଇଣ୍ଡିଜ କ୍ରିକେଟର କାୟରନ ପୋଲାର୍ଡଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇସାରିଛି।

Spread the love