ରଥଖଳା ଚଳଚଞ୍ଚଳ, ଲାଗିଲା କଇଁଚି

ପୁରୀ  : ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି ।ବଡ଼ପୋଟଳ ଉଠିବା ପରେ ଗତଶନିବାର ତିନି ରଥରେ କଇଁଚି ବାଡ଼ିଆ ହୋଇଛି । ବିଶ୍ୱକର୍ମାମାନେ ରଥର କଳସ ତିଆରି କରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଥିବା ବେଳେ ୧୩ ପରସ୍ତରୁ ୧୧ ଟି ସରିଛି । ଆଗକୁ କେବଳ ପାରାଭା ପ୍ରସ୍ତୁତ ହେବ । ତିନି ରଥର ଚାରି ନାହାକା ବାନ୍ଧେଣି ପାଇଁ କଇଁଚି ରଥରେ ଫିଟିଂ କରାଯାଇଛି। ରଥରେ କଣଫାଉ ଲାଗୁଛି । ଏହା ମଣ୍ଡଣି କାର୍ଯ୍ୟରେ ସହାୟକ ହେବ । ଗୟଳ ଉପରେ ତାଗ ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚି ସେଥିରେ ପଟା ବାଡ଼ିଆ ଆରମ୍ଭ ହୋଇଛି । ବିଶ୍ୱକର୍ମା ମାପ ଅନୁଯାୟୀ ପଟା ପ୍ରସ୍ତୁତ କଲାପରେ କମାର ସେବକଙ୍କ ଦ୍ୱାରା ତିଆରି ବାଗିଆ କଣ୍ଟା ଓ ଗୋଡ଼ିଛାଲ କଣ୍ଟା ବାଡେଇ ପୋଟଳ ପ୍ରସ୍ତୁତ ହୋଇଛି। ରଥରେ ସୌନ୍ଦର୍ଯୀକରଣ ପାଇଁ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରଥର ଗୁଜ, ଚକ ଓ ଦଣ୍ଡାରେ ପ୍ରାଇମର ଦିଆଯାଉଛି ।

Spread the love