ମଝି ଆକାଶରେ ଅଟକି ଗଲେ ୧୧ ଯାତ୍ରୀ; ୮ ଉଦ୍ଧାର

ନୂଆଦିଲ୍ଲୀ: ମଝି ଆକାଶରେ ଅଟକିଗଲେ ୧୧ ଯାତ୍ରୀ। ଦୁଇଘଣ୍ଟା ଧରି ଅଟକି ରହିବା ପରେ ଚାଲିଛି ଉଦ୍ଧାର କାର୍ଯ୍ୟା। ହିମାଚଳ ପ୍ରଦେଶ ପରୱାନୋ ଠାରେ କାର୍ ପର୍ଯ୍ୟଟକମାନେ କେବୁଲ କାର୍‌ରେ ଯ।ତ୍ରା କରୁଥିା ବେଳେ ଟେକ୍ନିକାଲ ସମସ୍ୟା ଯୋଗୁ ତାଙ୍କୁ କେବୁଲ କାର୍‌ଟି ମଝି ରାସ୍ତାର ଅଟକି ଯାଇଛି। ଉଦ୍ଧାର କାର୍ଯ୍ୟରେ ଏକ ଟ୍ରଲି ଲାଗିଥିବା ବେଲେ ଦୁଇ ଘଣ୍ଟା ହେଲାଣି କେବୁଲ କାର୍‌ଟି ଅଟକି ରହିଛି। ୧୧ ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇି ସାରିଲାଣି। ହେଲେ ଏବେ ବି ୨ ଜଣ ଫସି ରହିଛନ୍ତି। ଆବଶ୍ୟକ ପଡ଼ିଲେ ଏନ୍‌ଡିଆର୍‌ଏଫ୍‌ ସାହାଯ୍ୟ ନିଆଯିବ ବୋଲି ଅଧିକାରୀ ଛତ୍ତର ସଂହ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଟ୍ରିମ୍ବର ଟ୍ରାଏଲ୍ ପ୍ରାଇଭେଟ୍ ରିସର୍ଟ ଷ୍ଟାଫ୍ ଅପରେଟର୍ସମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଫସି ରହିଥିବା ଯାତ୍ରୀମାନେ ଅସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି।

ସୂଚନା ଥାଉକି, ୧୯୯୨ ମସିହା ଅକ୍ଟୋବର ମାସରେ ଠିକ୍ ଏଭଳି ଏକ ଘଟଣା ଘଟିଥିଲା। ସେତେବେଳେ ବି ୧୧ ଜଣ ଯାତ୍ରୀ ମଝି ଆକାଶରେ ଅଟକିଯାଇଥିଲେ। ପ୍ରଶାସନ ଉଦ୍ଧାର କରିବାକୁ ଚେଷ୍ଟା କଲେ ବି ଶେଷରେ ବାୟୁସେନା ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଚଳିତ ବର୍ଷ ଏପ୍ରିଲ ମାସରେ ଝାଡ଼ଖଣ୍ଡ ଦେଓଗଡ଼ ଜିଲ୍ଲାରେ ମଧ୍ୟ ରୋପ୍‌ ୱେ ଟ୍ରାଜେଡ଼ି ଘଟିଥିଲା। ୪୦ ଘଣ୍ଟା ଧରି କେବୁଲ କାର୍‌ରେ ମଝି ଆକାଶରେ ଅଟକି ରହିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

Spread the love