ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ଼ାଙ୍କୁ ଧନ୍ୟବାଦ ଦେଲେ ସମୀର ମହାନ୍ତି

ଆମ ରାଜ୍ୟ ତଥା ଦେଶ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ନାଗରିକ ଭାବେ ମନୋନୀତ ହୋଇଥିବା (ଏନଡିଏ) ନେତୃତ୍ୱାଧିନ ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ଅନେକ ଅନେକ ଅଭିନନ୍ଦନ। ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧିନ ସରକାରରେ ମହିଳାଙ୍କୁ ସମ୍ମାନ।ମୋଦି ସରକାରଙ୍କ ଶାସନରେ ଓଡ଼ିଆଙ୍କୁ ସମ୍ମାନ। ଓଡ଼ିଶାର ସାଧାରଣ ପରିବାରରୁ ଜନ୍ମିତ ଶ୍ରୀମତୀ ମୁର୍ମୁଙ୍କୁ ଭାରତର ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ମନୋନୀତ କରି ଓଡ଼ିଶାକୁ ବିଶ୍ଵ ପଟଳରେ ଗୌରବାନ୍ଵିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ଼ାଙ୍କୁ ଅଶେଷ ଧନ୍ୟବାଦ।

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଆଦିବାସୀ ବର୍ଗଙ୍କୁ ସମ୍ମାନ ଓ ବହୁ ଉଚ୍ଚତାକୁ ଆଣିବା ପାଇଁ କାର୍ଯ୍ୟ କରିବ। ଏଥିପାଇଁ ମୁଁ ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଉଛି।

Spread the love