ଭୟଙ୍କର ଭୂମିକମ୍ପରେ ବିଧ୍ୱସ୍ତ ଆଫଗାନିସ୍ତାନ

କାବୁଲ: ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି । ଭୂମିକମ୍ପରେ ସାରା ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି  । ଏଥିରେ ପ୍ରାୟ ୧୫୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି  । ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା । ଆଫଗାନିସ୍ତାନର ପାକଟିକା ପ୍ରାନ୍ତରରେ ଭୟଙ୍କର ବିଧ୍ବଂସ ଘଟିଛି  । ଏଠି ସର୍ବାଧିକ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିିଳିଛି  । ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରରେ ଜଣେ ଲୋକର ମୃତ୍ୟୁ ଘଟିଥିବା ସୂଚନା ରହିଛି  । କୁହାଯାଉଛି ଯେ ଭୂକମ୍ପ ପ୍ରଭାବରେ ଘରର ଛାତ ପଡି ତାଙ୍କର ମୃତ୍ୟୁ ଘଟିଛି  ।ପାକିସ୍ତାନରେ ପେଶାୱର, ଇସଲାମବାଦ, ଲାହୋର ଏବଂ ପଞ୍ଜାବ ତଥା ଖୈବର ପଖତୁନଖ୍ବା ପ୍ରାନ୍ତରର ବିଭିନ୍ନ ଅଞ୍ଚଳ ଏବଂ ଭାରତ ପର୍ଯ୍ୟନ୍ତ ଏହି ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଛି  । ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି  । ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃ୍ତ୍ୟୁ ହୋଇଛି  । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା କରାଯାଉଛି  ।

Spread the love