ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ବର  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି।ଜଳେଶ୍ବରସ୍ଥିତ ଜିଲ୍ଲଲା ଯୋଗାଣ ବିଭାଗର ଗୋଦାମ ଘରେ ଆଣ୍ଟି ସ୍ମଗଲିଂ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜନାର୍ଦ୍ଦନ ପଲାଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ନିଜ ବାସ ଭବନ ସହ ଏକ କାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୪ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଜଳେଶ୍ବରରେ ନିଜ ବାସ ଭବନ, ଅଫିସ, ଶ୍ୱଶୁରଙ୍କ ଘର ସହ ଗଞ୍ଜାମସ୍ଥିତ ଛତ୍ରପୁର ପୈତୃକ ଘରେ ମଧ୍ୟ ରେଡ୍‌ କରିଛି ଭିଜିଲାନ୍ସ ବିଭାଗ। ତେବେ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ।

Spread the love