ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହେଲା ୪ ମାସ

କିଭ : ଆଜକୁ ଋଷ-ୟୁକ୍ରେନ ଯୁଦ୍ଧ ଚାରିମାସ ପୂରଣ ହୋଇଛି ହେଲେ ଯୁଦ୍ଧ ଥମୁନି। ଫେବୃୟାରୀ ୨୪, ୨୦୨୨ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଦେଲା । ବହୁ ବାରଣ ପରେ ବି ରୁଷିଆର ଏଭଳି ଆକ୍ରମଣରେ ସ୍ତବ୍ଧ ହୋଇଗଲା ବିଶ୍ୱ । କେହି କିଛି ବୁଝିବା ପୂର୍ବରୁ ରୁଷିଆ ସେନା ୟୁକ୍ରେନର ବଡ ବଡ ସହର ସମେତ ସେନା ଘାଟି ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ହେଲେ ଏବେବି ୟୁକ୍ରେନରେ ଥମିନି ମିଶାଇଲ ମାଡ ଅବା ବୋମା ଫୁଟିବାର ଭୟଙ୍କର ଶବ୍ଦ । ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇଥିବା ବେଳେ ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ପ୍ରାଣ ଗଲାଣି । ଏହାସହ ବହୁ ଆର୍ଥିକ କ୍ଷତି ବି ହୋଇ ସାରିଲାଣି । ଅନୁମାନ କରାଯାଉଥିଲା କି ମେ’ ୯ରେ ରୁଷିଆ ନିଜକୁ ବିଜୟୀ ଘୋଷଣା କରି ଯୁଦ୍ଧରୁ ଓହରି ଯିବ ହେଲେ ସେମିତି କିଛି ହେଲା ନାହିଁ ।

Spread the love