ରୋମରେ ଓଡିଶା ବିକାଶର କଥା କହିଲେ ୫ଟି ସଚିବ

ରୋମ୍‌: ବିଗତ ୨୦ ବର୍ଷରେ ଓଡ଼ିଶାର ଅଦ୍ଭୁତପୂର୍ବ ବିକାଶ, ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ରୋମର ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଛନ୍ତି । ଏହାସହ ସବୁଠୁ ବଡ଼ ରୂପାନ୍ତର ସ୍କୁଲ ରୂପାନ୍ତରଣର କାହାଣୀ ପ୍ରବାସୀଙ୍କୁ କହିଛନ୍ତି ଭି.କେ  ପାଣ୍ଡିଆନ । ରାଜ୍ୟର ୭୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି । ସେମାନଙ୍କ ବିକାଶ ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ଉପଯୁକ୍ତ ପ୍ଲାଟଫର୍ମ ଦେଲେ ଦାୟିତ୍ୱବାନ ସରକାର ହିସାବରେ ସ୍କୁଲ ରୂପାନ୍ତରଣ କରି ପିଲାଙ୍କୁ ହାଇଟେକ୍‌ ଶିକ୍ଷା ଦିଆଯାଉଛି ।ପିଲାଙ୍କ କ୍ୟାରିୟରର ମୂଳଦୂଆ ହେଉଛି ହାଇସ୍କୁଲ । ସେଠାରେ ପିଲା ଭଲ ପଢ଼ିଲେ ହିଁ ଉପରକୁ ଉଠିପାରିବେ । ପିଲାଙ୍କ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ୫ଟି ସଚିବ । ଏବେସୁଦ୍ଧା ୪ ହଜାର ୫୦୦ ହାଇସ୍କୁଲର ରୂପାନ୍ତର ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଜଣାଇଲେ। ରୂପାନ୍ତରିକରଣରେ କ୍ଲାସରୁମ୍‌ ହୋଇଛି ସ୍ମାର୍ଟ କ୍ଲାସରୁମ୍‌ । ଲାଇବ୍ରେରୀ ସବୁ ଇ-ଲାଇବ୍ରେରୀ ହୋଇଛି । ସାଇନ୍ସ ଲାବରୋଟେରୀ ହୋଇଛି ମର୍ଡନ ଲାବରୋଟାରୀ । ଏହାଦ୍ୱାରା ଅନ୍ୟ ଘରୋଇ ସ୍କୁଲକୁ ପଛରେ ପକାଇଛି ସରକାରୀ ସ୍କୁଲ। ଏସବୁ ସୁବିଧା ମିଳୁଛି ବିନା ମୂଲ୍ୟରେ।

Spread the love