ରୁଷ୍‌ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ଦେଇନାହିଁ: ବୈଦେଶିକ ମନ୍ତ୍ରାଳୟ

ମସ୍କୋ: ରୁଷ୍‌ କେଭେ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ କରିନାହିଁ, ଏହା ଗତକାଲି  ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା କହିଛନ୍ତି।ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀଙ୍କ ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ୟୁକ୍ରେନ୍‌ ଯୁଦ୍ଧରେ ପରସ୍ପର ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ପରିପ୍ରେକ୍ଷୀରେ ‘ଷ୍ଟେଟ୍‌ ପାର୍ଟିଜ୍‌’ର ସମ୍ମିଳନୀ ଆରମ୍ଭ ହେବାର ଦିନକ ପୂର୍ବରୁ ଉପରୋକ୍ତ ବିବୃତି ସବୁ ଦିଆଯାଇଛି। ଏହାଛଡ଼ା, ସମ୍ମିଳନୀର ଡାଏସ୍‌ରେ ବକ୍ତାମ‌ାନଙ୍କ ବ୍ୟକ୍ତିଗତ ବିବୃତିରେ ମଧ୍ୟ ବକ୍ତାମାନେ କହିଥିଲେ କି, ରୁଷ୍‌ ‘ନ୍ୟୁକ୍ଲିଅର୍‌ ବ୍ଲାକ୍‌ମେଲ୍‌’ (ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଧମକ) କଥାଟି ବଡ଼ ବିସ୍ମୟ ସୃଷ୍ଟି କରୁଛି। ଆମେ ପୁନର୍ବାର ଗୁରୁତ୍ବାରୋପ କରି କହୁଛୁ ଯେ, ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଆ‌ଦୌ ଧମକ ଦିଆଯାଇ ନାହିଁ କି, ରୁଷ୍‌ ମୁହଁରୁ ସେ କଥା ଶୁଣାଯାଇନାହିଁ।ଜାଖାରୋଭାଙ୍କ କହିବା ଅନୁସାରେ, ‘ନାଟୋ’ ରାଷ୍ଟ୍ର ସମୂହ ୟୁକ୍ରେନ୍‌ ସଙ୍କଟକୁ ଉତ୍କଟ କରାଇ ରୁଷ୍‌ ବିପକ୍ଷରେ ‘ହାଇବ୍ରିଡ୍‌’ ଅଭିଯାନ ଚଳାଇ ଆପଣାକୁ ‘ଆଣବିକ ମେଣ୍ଟ’ ରାଷ୍ଟ୍ର ବୋଲି ଘୋଷଣା କରିବାରୁ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କାଳ୍ପନିକ ଖବର ପ୍ରଘଟ ହୋଇଥିଲା।

 

Spread the love