ପରମେଶ୍ୱରନ୍ ଆୟର ନିତି ଆୟୋଗର ନୂତନ ସିଇଓ

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧ଄କାରୀ ପରମେଶ୍ୱରନ୍ ଆୟର ହୋଇଛନ୍ତି ନିତି ଆୟୋଗର ନୂତନ ସିଇଓ। ଶ୍ରୀ ଆୟରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି। ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଉତ୍ତରପ୍ରଦେଶ କ୍ୟାଡରର ୧୯୮୧-ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀଙ୍କର ଦେଶରେ ପରିମଳ ବିଶେଷଜ୍ଞ ଭାବରେ ବେଶ ଖ୍ୟାତି ରହିଛି। ବିଶ୍ୱ ବ୍ୟାଙ୍କରେ ଜଳ ଏବଂ ପରିମଳ ଅଭିଯାନରେ ଯୋଗଦେବା ପାଇଁ ୧୭ ବର୍ଷର ଚାକିରୀରୁ ୨୦୦୯ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ନବ ଗଠିତ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ସେ ସ୍ବଚ୍ଛ ଭାରତ ମିଶନ୍‌ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳକ ଥÒଲେ। ଦେଶକୁ ଖୋଲାରେ ମଳତ୍ୟାଗ ମୁକ୍ତ କରିବାରେ ଶ୍ରୀ ଆୟରଙ୍କର ଏକ ପ୍ରମୁଖ ଭୂମିକା ରହିଥ଄ଲା। ଜଳ ଏବଂ ପରିମଳ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୫ ବର୍ଷରୁ ଅଧିକ ବିଶ୍ବସ୍ତରୀୟ ଅଭିଜ୍ଞତା ରହିଛି। ସେ ଭିଏତନାମ, ଚୀନ୍ ସମେତ ଅନେକ ଦେଶରେ କାର୍ଯ୍ୟ କରିଛନ୍ତି। ସେ ମିଳିତ ଜାତିସଂଘରେ ବରିଷ୍ଠ ଗ୍ରାମୀଣ ଜଳ ପରିମଳ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

Spread the love