କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ “ଶିକ୍ଷା ବ୍ୟବସ୍ଥାରେ ତାଙ୍କର ନେତୃତ୍ଵ ଦୃଢ”

ଭୁବନେଶ୍ଵର ୨୬।୦୬ : ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ଏହି ଅବସରରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ତାଙ୍କର ନେତୃତ୍ଵ ଦୃଢ। ଜନସେବା ପାଇଁ ଧର୍ମେନ୍ଦ୍ରଙ୍କ ଦୀର୍ଘାୟୁ କାମନା କରୁଛି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତ ଶାହ ଲେଖିଛନ୍ତି ଯେ, ଦେଶର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ତଥା ଯୁବକଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଦେବା ପ୍ରତି ତାଙ୍କର ସମର୍ପଣ ଭାବ ପ୍ରଶଂସନୀୟ। ଈଶ୍ଵରଙ୍କ ନିକଟରେ ତାଙ୍କର ଉତ୍ତମ ସ୍ଵାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରାଜନାଥ ସିଂହ ଲେଖିଛନ୍ତି ଯେ, ଉଭୟ ସରକାର ଓ ଦଳରେ ଧମେନ୍ଦ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ।

Spread the love