୮ ଫୁଟିଆ ଅଜଗର, ଉଦ୍ଧାର କଲା ବନବିଭାଗ

ଚଣ୍ଡିଖୋଲ ୨୬।୦୬: ଆଠ ଫୁଟିଆ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନଖଣ୍ଡ ଅଧିନ ଦର୍ପଣ ଛକ ନିକଟରୁ ଏହି ଅଜଗର ସାପଟିକୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅଜଗର ସାପଟି ଦର୍ପଣ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିଲା । ଠିକ୍‌ ଏହି  ସମୟରେ ଲୋକେ ସାପଟିକୁ ଦେଖିଥିଲେ । ଏହାପରେ ଅଜଗର ସାପଟି ରାସ୍ତା କଡ଼ ଏକ ଘର ପଛପଟକୁ ଚାଲିଯାଇଥିଲା। ତେବେ ସାପକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଁଚି ଅଜଗରକୁ ଉଦ୍ଧାର କରିବା ସହ ସ୍ଥାନୀୟ ଏକ ଜଙ୍ଗଲରେ ଛାଡିଛନ୍ତି ।

Spread the love