ଡେରିରେ ସ୍କୁଲ ଯାଉଥିବା ଶିକ୍ଷୟତ୍ରୀଙ୍କୁ ବାଟରେ ଅଟକାଇ ଟିୟୁସନ୍ କଲେ ମନ୍ତ୍ରୀ ସମୀର ଦାଶ

ପିପିଲି :  ଆକ୍ସନ୍ ମୋଡରେ ମନ୍ତ୍ରୀ ସମୀର ଦାଶ। ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ଅଟକାଇ କଲେ ଟିୟୁସନ୍। ସୂଚନା ମୁତାବକ, ଆଜି ମନ୍ତ୍ରୀ ସମୀର ଦାଶ ନିମାପଡା ଗ୍ରସ୍ତ କରୁଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ଦିନ ୧୦.୨୦ମିନିଟ୍ ସମୟରେ ୨ଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ। ଏହାପରେ ଉକ୍ତ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇ ଏତେ ଡେରିରେ କାହିଁକି ସ୍କୁଲ ଯାଉଥିବା କଥା ପଚାରିଥିଲେ। ଯାହାପରେ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

ଏହାପରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗ୍ରସ୍ତ କରିଥିଲେ ମନ୍ତ୍ରୀ ସମୀର ଦାଶ । ଦିନ ୧୦.୨୩ ମିନିଟରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ। ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହେଉଥିବାବେଳେ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ସେ ଦେଖିବାକୁ ପାଇଥିଲେ। ଏପଟେ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିୟମିତତା ଥିବା ଜାଣିବାକୁ ପାଇଥିଲେ। ଯାହାପରେ ଡିଇଓ  ଓ ବିଇଓ ଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦରମା ବନ୍ଦ କରିବାକୁ ନୋଟିସ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Spread the love