ସମୁଦ୍ର ମଝିରେ ଜରୁରୀ ଅବତରଣ କଲା ହେଲିକପ୍ଟର

ଡେସ୍କ: ସାତଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଆଜି ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ ନିକଟରେ ଆରବ ସାଗରରେ ଜରୁରୀ ଅବତରଣ କରିଛି ବୋଲି କମ୍ପାନୀ କହିଛି।  ଏପର୍ଯ୍ୟନ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ କହିଛି।ସରକାରୀ ସୂତ୍ର ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ଯୋଗ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ କୋଷ୍ଟଗାର୍ଡ ଦୁଇଟି ଜାହାଜକୁ ସେହି ସ୍ଥାନକୁ ପଠାଇଛନ୍ତି। ଦାମନରୁ ଉଡ଼ାଣ ଭରିଥିବା ଏହି ଡର୍ନିଅର୍ ବିମାନ ଆରବ ସାଗର ଭିତରେ ମୁମ୍ବାଇ ଠାରୁ ୭ ନଟିକାଲ ମାଇଲ ଦୂରରେ ଅବତରଣ କରିଥିବା ସୂଚନା ମିଳିଛି।

Spread the love