ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର :  ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ରହିଛି । ଓଡ଼ିଶାରେ ବିପୁଳ ଖଣିଜ ସଂପଦ ଥିବାବେଳେ ରହିଛି ଦୀର୍ଘ ଉପକୂଳ ଓ କୁଶଳୀ ମାନବ ସମ୍ବଳ । ଏଣୁ ବିଶ୍ବର ନିବେଶକମାନେ ଓଡ଼ିଶାରେ ନିବେଶ କରନ୍ତୁ ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଦୁବାଇଠାରେ ଅନୁଷ୍ଠିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ୍-୨୦୨୨ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ମିନା ଦେଶସମୂହ ( ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରୟାସନ ଆଦି ଶିଳ୍ପ ଉପରେ ଫୋକସ ରହିବ ।ଦୁବାଇଠାରେ ଅନୁଷ୍ଠିତ ହେଉଥିବା ନିବେଶକ ସମ୍ମିଳନୀକୁ ଫିକି ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ୟୁଏଇ ଓ ମିନା ଦେଶସମୂହ ( ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ)ର ପ୍ରାୟ ୧୫୦ଟି କମ୍ପାନି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିରେ ସରକାରୀ ବିଭାଗ ଓ ଶିଳ୍ପଜଗତର ପ୍ରତିନିଧିମାନେ ଅଛନ୍ତି । ଏହି ଅବସରରେ ଟିମ ଓଡ଼ିଶା ପକ୍ଷରୁ ଏକ ‘ବିଟୁବି’ (ବିଜନେସ ଟୁ ବିଜନେସ) ଆଲୋଚନା ଅନୁଷ୍ଠିତ ହୋଇଥିଲା ।

Spread the love