ପ୍ରେମ ବିବାହକୁ ଘରେ ସ୍ୱୀକୃତି ନଦେଲେ ଗୁରୁବାରରେ କରନ୍ତୁ ଏହି ଉପାୟ, ଦୂର ହେବ

ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ବିବାହ କରିବାକୁ ପସନ୍ଦ କରୁଛନ୍ତି । ପ୍ରକୃତ ପ୍ରେମ ମିଳିବାକୁ ଭାଗ୍ୟର କଥା ଭାବରେ ଧରାଯାଏ । କିନ୍ତୁ ଯଦି ବି କେବେ ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିଯାଏ ବିବାହ ନେଇ ଘର ଲୋକେ ସହମତି ଦେଇନଥାନ୍ତି । ଏମିତି ହୋଇ ବିବାହକୁ ସଫଳ ରୂପ ଦେବାରେ ଅନେକ ବାଧା ବିଘ୍ନ ଆସିଥାଏ । ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ ବ୍ୟବହାର କରି ଆପଣ ନିଜ ପ୍ରେମ ବିବାହକୁ ସଫଳ ରୂପ ଦେବା ସହ ବାଧାବିଘ୍ନକୁ ଦୂର କରିପାରିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତି ଗୁରୁବାର ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ଏହା ପରେ ସ୍ପଟିକ ମାଳାରେ “ଓଁ ଲକ୍ଷ୍ମୀ ନାରାୟଣ ମନ୍ତ୍ର” ଜପ କରନ୍ତୁ । ଲଗାତାର ତିନି ମାସ ଯାଏଁ ଏହି ମନ୍ତ୍ର ଜପ କରନ୍ତୁ । ବିଶ୍ୱାସ କରାଯାଏ ଏମିତି କରିବା ଦ୍ୱାରା ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଆଦି ଦୂରେଇ ଯିବ ।

– ପ୍ରେମ ବିବାହରେ ଦେଖାଦେଉଥିବା ବିଭିନ୍ନ ବାଧା ବିଘ୍ନକୁ ଦୂର କରିବା ପାଇଁ ପ୍ରତି ଗୁରୁବାର ଦିନ କନ୍ୟା ମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ ।

– ତିନି ମାସ ଯାଏଁ ପ୍ରତି ଗୁରୁବାର ଦିନ କୌଣସି ମନ୍ଦିର ଯାଇ ଭଗବାନଙ୍କୁ ଭୋଗ ଚଢନ୍ତୁ । ଏହା ପରେ ଏହି ପ୍ରସାଦକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ମାନ୍ୟତା ରହିଛିଯେ ଏହା ଦ୍ୱାରା ପ୍ରେମ ବିବାହ ରାସ୍ତାରେ ଥିବା କୌଣସି ବି ଅସୁବିଧା ଦୂର ହୋଇଥାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରେମ ବିବାହରେ କୌଣସି ବି ପ୍ରକାର ବିଳମ୍ବ ହେଉଥିଲେ ମା’ ଦୁର୍ଗାଙ୍କ ପୂଜା କରିବା ଲାଭଦାୟୀ ହୋଇଥାଏ । ଏଥିପାଇଁ ମା’ଙ୍କ ପୂଜା କରିବା ସହିତ ମନ୍ଦିରରେ ଲାଲ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ଏମିତିକି ମନ୍ଦିରକୁ ଲାଲ ରଙ୍ଗର ଧ୍ବଜା ଦାନ ଆକାରରେ ଦେଇପାରିବେ ।

Spread the love