ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅପରାହ୍ନରେ ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳ ପ୍ରକଳ୍ପ ନିରୀକ୍ଷଣ କରିବା ସହ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନର ଶୁଭାରମ୍ଭ କରିବେ । ଭୁବନେଶ୍ୱର-ମହିପୁର-ଭୁବନେଶ୍ୱର ପାସେଞ୍ଜନ ସ୍ପେଶାଲ ଟ୍ରେନ୍‌ର ନୂଆ ଗାଁ ରୋଡ୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରିବେ।

କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେବେ। ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧାରୋଡ଼-ପୁରୀ ରେଳ ସେକ୍ସନ ଯାଞ୍ଚ କରିବା ସହ ପୁରୀ ଷ୍ଟେସନରେ ରଥଯାତ୍ରା ପାଇଁ ବିଭିନ୍ନ ଯାତ୍ରୀ ସୁବିଧାର ଶୁଭାରମ୍ଭ କରିବେ। ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାରେ ରେଳ ମନ୍ତ୍ରୀଙ୍କ ସହ ବିଭିନ୍ନ ରେଳ ପ୍ରକଲ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପୁରୀରେ ରଥଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Spread the love