ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବ ତିନିରଥ

ପୁରୀ ୩୦/୦୬: ରାତି ପାହିଲେ ଘୋଷଯାତ୍ରା । ରତ୍ନସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର । ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ ଚତୁର୍ଦ୍ଧାମୁରତୀ । ମହାପ୍ରଭୁଙ୍କ ନବଦିନାତ୍ମକା ଯାତ୍ରା କାଲି ହେଉଛି ଆଦ୍ୟପର୍ବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ । ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ଏବେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା ।

ଆଜି ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତ ସରିବା ପରେ ଆଜ୍ଞାମାଳ ବିଜେ ହୋଇଛି । ୩ ବାଡର ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଜେ କରିଛନ୍ତି । ଆଜ୍ଞାମାଳ ବିଜେ ପରେ ରଥ ଟଣା ହୋଇ ସିଂହଦ୍ୱାର ସାମ୍ନାକୁ ଆସି ରଖାଯିବ । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହେବ ।

Spread the love